ବିଦେଶୀ ଲେଖିକାଙ୍କ ସହ ଉପନ୍ୟାସ ଲେଖିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ

17 Year Old Odia Boy Subhransu To Write Fiction Books With American Writer Pam Russ

କଟକ: ଓଡ଼ିଆ ପୁଅକୁ ଅନ୍ତର୍ଜାତୀୟ ପରିଚୟ । ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ଗଳ୍ପ ଲେଖକ ଭାବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ଦାସଙ୍କୁ ମିଳିଛି ନୂଆ ପରିଚୟ । ଦ୍ୱାଦଶ ଶ୍ରେଣୀର ଡିପିଏସ୍ କଳିଙ୍ଗରେ ପଢ଼ନ୍ତି ଶୁଭ୍ରାଂଶୁ ଦାସ । ସେ ଏବେ ଆମେରିକାର ଜଣାଶୁଣା ଲେଖିକା ପାମ ରସଙ୍କ ସହ ମିଶି ରୋମାଞ୍ଚଭରା ଉପନ୍ୟାସ ଲେଖୁଛନ୍ତି । ଯାହାକି ଆମାଜନରେ ପ୍ରକାଶ ପାଇବ । ସୂର୍ଯ୍ୟନାରାୟଣ ଓ ରୀନା ଦାସଙ୍କ ପୁଅ ଶୁଭ୍ରାଂଶୁ ପିଲାଟି ଦିନରୁ ଲେଖାଲେଖି ପ୍ରତି ଆଗ୍ରହୀ ।

17 Year Old Odia Boy Subhransu To Write Fiction Books With American Writer Pam Russ

ଶୁଭ୍ରାଂଶୁଙ୍କ ଅନ୍ତର୍ନିହିତ ଗୁଣାବଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ରହସ୍ୟ ଓ ରୋମାଞ୍ଚ ଭରା ଉପନ୍ୟାସ ଲେଖା ଶିକ୍ଷକ ଓ ସହପାଠୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ଏବେ ଶୁଭ୍ରାଂଶୁଙ୍କ ଲେଖାପ୍ରତି ଆମେରିକାର ପ୍ରସିଦ୍ଧ ଲେଖିକା ପାମ ରସ୍ ବେଶ୍ ଆକୃଷ୍ଟ ହୋଇଛନ୍ତି । ଶୁଭ୍ରାଂଶୁଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଙ୍କ ସହ ମିଶି ‘ଦ ବ୍ଲ୍ୟୁ ବଟର ଫ୍ଲାଏ ଡାଇମଣ୍ଡ, ବ୍ୟାକ ଟୁ ୱେଷ୍ଟ ଆଫ୍ରିକା’ ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପାମ୍ ରସ୍ । ଆମାଜନରେ ପୂର୍ବରୁ ପୁସ୍ତକର ପ୍ରଥମ ଭାବ ପ୍ରକାଶିତ ହୋଇସାରିଛି ।

17 Year Old Odia Boy Subhransu To Write Fiction Books With American Writer Pam Russ

ଏବେ ୭୦ ବର୍ଷୀୟା ପାମଙ୍କ ସହ ମିଶି ଶୁଭ୍ରାଂଶୁ ଲେଖିବେ ରହସ୍ୟ ଓ ରୋମାଞ୍ଚଭରା ଉପନ୍ୟାସ । ପିଲାଟି ବେଳୁ ବହି ପଢ଼ା ଓ ଲେଖିବାକୁ ପସନ୍ଦ କରୁଥିବା ଶୁଭ୍ରାଂଶୁ ଏହି ସୁଯୋଗ ପାଇ ବେଶ୍ ଉତ୍ସାହିତ । ପରିବାର ଠାରୁ ଆରମ୍ଭ କରି ସାହି ପଡ଼ିଶା, ସମସ୍ତେ ଏହି ସଫଳତା ପାଇଁ ଶୁଭ୍ରାଂଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତରେ ଭଲ ଲେଖାଲେଖି ସହ ଜଣେ ଭଲ ଇଂରାଜୀ ଅଧ୍ୟାପକ ହେବାକୁ ଶୁଭ୍ରାଂଶୁ ଇଚ୍ଛାପ୍ରକାଶ କରିଛନ୍ତି ।

Leave a Reply