ପାଠକଙ୍କ କଳାଧନ, ଜେରା ହେବେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସହଯୋଗୀ

1 min read
20 Members Of SIT Team To Look All Angles Of Pathak’s Disproportionate Assets Case

ଭୁବନେଶ୍ୱର: ଗିରଫ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିର ପରିମାଣ କେତେ ? କେଉଁଠି ଆସୁଥିଲା କେତେ କଳା ଟଙ୍କା ଆଉ କେଉଁ ବାଟରେ ଖର୍ଚ୍ଚ କରୁଥିଲେ ପାଠକ । ସେସବୁର ଖୋଳତାଡ଼ କରିବ SIT । ଓଡ଼ିଶା ସହ ଦେଶର ୧୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ପରେ ଏପିସିସିଏଫଙ୍କ କଳା ସମ୍ପତ୍ତି ସମସ୍ତଙ୍କ ଆଖି ଖୋସି ଦେଇଥିଲେ । ଏବେ ଅଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତିକୁ ଖୋଜିବ SITର ସ୍ୱତନ୍ତ୍ର ୨୦ ଜଣିଆ ଟିମ୍ । ପୂର୍ବରୁ ନଭେମ୍ବର ୨୫ ଓ ୨୬ ଦୁଇଦିନ ଧରି ଭିଜିଲାନ୍ସ ୧୨ଟି ସ୍ଥାନରେ ରେଡ୍ କରିଥିବା ବେଳେ ଏଥିରେ ୧୫୦ ଜଣ ଅଫିସର୍ ସାମିଲ୍ ହୋଇଥିଲେ ।

20 Members Of SIT Team To Look All Angles Of Pathak’s Disproportionate Assets Case

ଅଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ ଲାଗି SIT (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି । SITର ୨୦ ଜଣିଆ ଟିମ୍ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିବେ । ଏନେଇ SIT ଆଜି ଭିଜିଲାନ୍ସ ସହ ଆଲୋଚନା କରିଛି । ସିଆର.ପି.ସିର ଧାରା ୧୬୦ ଅନୁସାରେ ନୋଟିସ୍ କରାଯାଇ ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ବ୍ୟାଙ୍କ ଅଧିକାରୀ, ବନ ବିଭାଗ ଅଧିକାରୀ, ପାଠକଙ୍କ ସମ୍ପର୍କୀୟ, ତାଙ୍କ କର୍ମଚାରୀ ଓ ସହଯୋଗୀଙ୍କୁ ନୋଟିସ୍ ପଠାର ପଚରାଉଚରା କରାଯିବ ।

20 Members Of SIT Team To Look All Angles Of Pathak’s Disproportionate Assets Case
FILE

ପାଠକ ବହୁମୂଲ୍ୟ ଗାଡ଼ି କିଣିଥିବା ସଂସ୍ଥା ମଧ୍ୟ ତଦନ୍ତ ଘେରକୁ ଆସିବ । କେଉଁ ସୂତ୍ରରୁ କେତେ ଟଙ୍କା ପାଠକଙ୍କ ନିଟକୁ ଆସୁଥିଲା । ଏବଂ ସେ କିଭଳି କେତେ ଟଙ୍କା ଖର୍ଚ୍ଚ କରୁଥିଲେ ସେ ସବୁର ତଦନ୍ତ କରିବ SIT । ଭିଜିଲାନ୍ସ ରେଡ୍ ବେଳେ ବହୁ କାଗଜପତ୍ର ଜବତ କରିଛି । ତଦନ୍ତ ଅଗ୍ରଗତି ଲାଗି ଜବତ କାଗଜପତ୍ରକୁ ଏସଆଇଟି ତନଖି କରୁଥିବା ବେଳେ ଦରକାର ପଡ଼ିଲେ ଷ୍ଟେଟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରୀର ସହାୟତା ନିଆଯିବ ବୋଲି ଜଣାପଡ଼ିଛି ।

Leave a Reply