ଗଞ୍ଜେଇ ଚୋରା ଚାଲାଣରେ ମହିଳାଙ୍କୁ ଢାଲ, ଜବତ ହେଲା ୨୬ କେଜିର ଗଞ୍ଜେଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରେଳୱେ ଷ୍ଟେନରୁ ଚୋରା ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣରେ  ବେପାରୀଙ୍କ ମହିଳାଙ୍କୁ ଢାଲ । ଦିଲ୍ଲୀ ଚାଲାଣ ବେଳେ ଏକ ନମ୍ବର ପ୍ଳାଟଫରେମରୁ ଦୁଇ ମହିଳାଙ୍କୁ ଗିରଫ କରିଛି ଆରପିଏଫ । ନୀଳାଞ୍ଚଳ ଏକ୍ସପ୍ରେସରେ ଦିଲ୍ଲୀ ଚାଲାଣ ବେଳେ ଲଗେଜ୍ ସ୍କାନରେ ଧରା ପଡ଼ିଲା ଚୋରା ଚାଲାଣ । ସେମାନଙ୍କ ଠାରୁ ୨୬ କେଜି ଗଞ୍ଜେଇ ଜବତ ହୋଇଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୮ ହଜାର ଟଙ୍କା । ଦୁଇ ମହିଳାଙ୍କ ଘର ଉତ୍ତରପ୍ରଦେଶ ନୋଇଡା ଅଞ୍ଚଳେର । ଓଡିଶା କୋରାପୁଟ ଅଞ୍ଚଳରୁ ବେପାରୀ ଭୁବନେଶ୍ୱର ପହଞ୍ଚାଇବା ପରେ ଦୁଇ ଜଣ ମହିଳା ଦିଲ୍ଲୀ ନେଇକି ଯାଇଥାନ୍ତେ ।

ଦିଲ୍ଲୀ ପହଞ୍ଚିବା ପରେ କମିଶନ ଆକାରରେ ୧୦ ହଜାର ଟଙ୍କା ମିଳିଥାନ୍ତା ବୋଲି ଜେରା ବେଳେ ଦୁଇ ଜଣ ଆରପିଏଫ ଆଗରେ ମାନିଛନ୍ତି । ଗତ ୪ ତାରିଖରେ ଦିଲ୍ଲୀ ଚାଲାଣ ବେଳେ ୪୧ କେଜି ଗଞ୍ଜେଇ ଓ ୩ ଜଣଙ୍କୁ ଗିରଫ କରିଥିଲା ଆରପିଏଫ ।

Leave a Reply