ଆତଙ୍କୀ ପ୍ରେରଣ ଯୋଜନା ପଣ୍ଡ କଲା ଭାରତ

1 min read

ପାକିସ୍ତାନର ଆତଙ୍କୀ ପ୍ରେରଣ ଯୋଜନା ପଣ୍ଡ କଲା ଭାରତ । ତଙ୍ଗଧାର ସେକ୍ଟରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ । ଆକ୍ରମଣରେ  ୪ ଆତଙ୍କୀ କ୍ୟାମ୍ପ୍ ଧ୍ୱଂସ ହୋଇଛି । ଏଥି ସହିତ ପାକିସ୍ତାନୀ ସେନାକୁ ମାରି ଗଡ଼ାଇଛି ଭାରତୀୟ ସେନା ।  ଏହି ଆକ୍ରମଣରେ ଭାରତୀୟ ସେନା ଆର୍ଟିଲରୀ ବନ୍ଧୁକର ବ୍ୟବହାର କରିଛି । ଯେଉଁ ଆତଙ୍କୀ ଆଡ୍ଡା ଗୁଡ଼ିକରେ ଆକ୍ରମଣ କରାଯାଇଛି  ସେଠାରୁ ଲଗାତାର ଭାବେ ଆତଙ୍କବାଦଙ୍କୁ ଭାରତ ମଧ୍ୟରେରେ ପ୍ରବେଶ କରାଉଥିଲା ପାକିସ୍ତାନ ।

ପ୍ରଥମେ ପାକିସ୍ତାନୀ ସେନା  ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଯେଉଁଥିରେ ଭାରତୀୟ ସେନାର ୨ ଯବାନ ସହିଦ ହୋଇଥିଲେ । ଏହା ଛଡ଼ା ଜଣେ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟ ୨ ଆହତ ଭାରତୀୟ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ')}

Leave a Reply