ପ୍ରସାଦ ସେବନ କରି ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଜଳେଶ୍ୱର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ବସ୍ତା ବ୍ଲକ ଗିଲାଜୁଡି ଗାଁରେ  । ଅଭିଯୋଗ ଅନୁସାରେ ଗିଲାଜୁଡି ଗାଁରେ ଭଗବତୀଙ୍କର ପୂଜା ହୋଇଥିଲା । ଏଥିରେ ୮୦୦ ଲୋକଙ୍କ ପାଇଁ  ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗିଲାଜୁଡି ତଥା ଆଖପାଖ  ଗାଁର ଲୋକମାନେ ପ୍ରସାଦ ସେବନ କରିଥିଲେ ।  ତେବେ ସନ୍ଧ୍ୟାରେ ଗିଲାଜୁଡିର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ରେ  ପହଞ୍ଚିଛି  । ଆକ୍ରାନ୍ତମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ବାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ରହିଛି ।

ଏଥିସହିତ ପଢ଼ନ୍ତୁ: କରୋନା ଟୀକାକରଣ ପରେ ମଦ୍ୟପାନ କେତେ ସୁରକ୍ଷିତ? ଜାଣନ୍ତୁ

Leave a Reply