କୋଭିଡ୍ ଟିକା ନେବା ପରେ ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

1 min read
52 people exhibit adverse events after receiving COVID vaccine in Delhi

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପରେ କିଛିଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ଦିଲ୍ଲୀର ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି । ଉତ୍ତର ଦିଲ୍ଲୀରେ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଦକ୍ଷିଣ-ପୂର୍ବ ଦିଲ୍ଲୀର ୫ ଜଣ ଉତ୍ତର-ପଶ୍ଚିମ ଦିଲ୍ଲୀର ୪ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଛି । ମୋଟ ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

52 people exhibit adverse events after receiving COVID vaccine in Delhi

ଶନିବାର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀରେ ୮ ହଜାର ୧୧୭ ଜଣଙ୍କୁ ଭ୍ୟାକ୍ସିନ୍ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ସେଥିମଧ୍ୟରୁ ୮୧ଟି ଟିକାକରଣ କେନ୍ଦ୍ରରେ ୪ ହଜାର ୩୧୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଚରକ ପାଲିକା ହସ୍ପିଟାଲରେ ଟିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ସେମାନଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହୋଇଛି । ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ସ୍ୱାଭାବିକ ହେବା ପରେ ଡିସଚାର୍ଜ କରାଯାଇଛି ।

52 people exhibit adverse events after receiving COVID vaccine in Delhi

ଉଭୟ ସ୍ୱାସ୍ଥ୍ୟକର୍ମୀ ମହିଳା ଏବଂ ପାରା ମେଡିକାଲ କର୍ମଚାରୀ । କୋଭିସିଲ୍ଡ ଭ୍ୟାକ୍ସିନ୍ ନେବା ପରେ ସେମାନଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଭ୍ୟାକ୍ସିନ୍ ନେଇଥିବା ଦିଲ୍ଲୀ ଏମ୍ସର ଜଣେ ସୁରକ୍ଷା କର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଜଣାପଡ଼ିଛି ।

Leave a Reply