ଗଞ୍ଜାମରେ ୫୮ ପ୍ରତିଶତ ସୁସ୍ଥ, ଅଧିକାଂଶ ଗ୍ରାମାଞ୍ଚଳ ଗ୍ରୀନ୍‌ ଜୋନ୍‌ରେ

82% Of Rural Ganjam in Green Zone, says Vijay Amruta Kulange

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । ଡାକ୍ତରୀ ଦଳ ସହିତ ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀ ମଧ୍ୟ ଜିଲ୍ଲାରେ ମୁତୟନ ହୋଇଛନ୍ତି । ତେବେ ଲୋକଙ୍କର ସହଭାଗିତାକୁ ଏବେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି ।

ସଂକ୍ରମଣ ରୋକିବାକୁ ପ୍ରଶାସନ ଆସନ୍ତା ୧୦ରୁ ୧୫ ଦିନ ପାଇଁ କଡ଼ା ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ସେ କହିଛନ୍ତି ଯେ, ସଟଡାଉନ୍ ସଂକ୍ରମଣ ରୋକିବାକୁ ପୂର୍ଣ୍ଣ ସମାଧାନ ହୋଇନଥିଲେ ମଧ୍ୟ ଜିଲ୍ଲାରେ ଭିନ୍ନ ଭିନ୍ନ ରୋଗୀ ଥିବାରୁ ଗାଇଡ୍‌ଲାଇନ୍ ଅନୁସାରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥାଏ ।

ଏବେ ଜିଲ୍ଲାର ବିଭିନ୍ନ ସୀମା ସିଲ୍ କରାଯିବା ପରେ, ଗାଁ ଏବଂ ଓ୍ୱାର୍ଡ ସ୍ତରରେ କୋଭିଡ୍ କେୟାର କମିଟି ଗଠନ କରାଯାଇଛି । କୋଭିଡ୍ ମନିଟରିଂ କମିଟି ଗଠନ କରାଯାଇ ସମନ୍ୱୟ ରଖାଯାଉଛି । ଜିଲ୍ଲାର ବିଭିନ୍ନ ସଂଗଠନର ସହଭାଗିତାରେ ସଂକ୍ରମଣକୁ ରୋକିବାକୁ ମାଇକ୍ରୋ ସ୍ତରରେ କାମ କରୁଛି ପ୍ରଶାସନ । ଗଂଜାମରେ ଏବଂ ସୁସ୍ଥଙ୍କ ସଂଖ୍ୟା ୫୮ ପ୍ରତିଶତ ହୋଇଥିବା ଏକ ସକରାତ୍ମକ ଦିଗ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply