ପାର୍ବଣ ଆସିଲେ ଝଟକେ ଗାଁ, କାନ୍ଥବାଡ଼ରେ ପରମ୍ପରାର ଛାପ; ସହରିଆଙ୍କ ପାଇଁ ସନ୍ଦେଶ..

କଙ୍କଡ଼ାହାଡ଼: ପାର୍ବଣ ଆସିଲେ ଝଟକେ ଗାଁ । ସହରର ଚାକଚକ୍ୟରେ ହୁଏତ ପାଶ୍ଚାତ୍ୟ ଭରି ରହିଛି । ହେଲେ ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ପରମ୍ପରାକୁ ଜାବୁଡି ରଖିଛନ୍ତି । ଢେଙ୍କାନାଳ କଙ୍କଡାହାଡ ବ୍ଲକର ଏମିତି ଅନେକ ଗାଁ ଅଛି ଯେଉଁଠାରେ ସୁନ୍ଦର ସୁନ୍ଦର କଳାକୃତିର ପ୍ରତିଛବି ଦେଖିବାକୁ ମିଳିଛି ।

କଳାକୃତିରେ ଝଲସୁଛି ଏହି ଗାଁ । କାନ୍ଥରେ ଫୁଲ, ଫଳ ସହ ସିନେରୀର ପ୍ରତିଛବି । ଏପରିକି ଆଦିବାସୀଙ୍କ ଠାକୁରଙ୍କ ଚିତ୍ର ବି ରହିଛି । ଜଙ୍ଗଲରୁ ସଂଗୃହୀତ ଗଛ ପତ୍ରରୁ ପ୍ରସ୍ତୁତ ହୋଇଥାଏ ରଙ୍ଗ । ଢେଙ୍କାନାଳ କଙ୍କଡାହାଡରେ ପ୍ରତି ଘରର କାନ୍ଥରେ ଦେଖିବାକୁ ମିଳିଥାଏ ପ୍ରକୃତିର ପ୍ରତିଛବି । ପାର୍ବଣ ଋତୁ ଆସିଲେ ଏମିତି ଘରର କାନ୍ଥକୁ ସଜାଇଛନ୍ତି ମହିଳା ।

ଏଠାକାର ୮୦ଭାଗ ଲୋକ ଆଦିବାସୀ ସଂମ୍ପ୍ରଦାୟର । ଗାଁକୁ ଅତି ସୁନ୍ଦର ଭାବେ ସଜେଇ ଏକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତ ଏମାନେ । ସୌନ୍ଦର୍ଯ୍ୟକୁ ଦେଖିଲେ ଆପଣ ବି କହିବେ ଏହି ଗାଁ ହେଉଛି ପ୍ରକୃତ ସ୍ୱଚ୍ଛତାର ପରିଚୟ । ଆଦିବାସୀଙ୍କ ନିଆରା କଳାକୃତି ସହରିଆଙ୍କ ଉପରେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ ।

Leave a Reply