ମମତାଙ୍କ ଘରେ ପୁରୀ ସେବାୟତ, ନିର୍ବାଚନ ତାରିଖ ଘୋଷଣା ପର୍ବରୁ ଜଗନ୍ନାଥଙ୍କ ପୂଜା ପାଠ

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କୁ ବିଧାନସଭା ନିର୍ବାଚନୀ ବୈତରଣୀ ପାର କରିବେ ଜଗତଠାକୁର । ନିର୍ବାଚନ କମିଶନଙ୍କ ପଶ୍ଚିମବଙ୍ଗ ପାଇଁ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କ ଆରାଧନା କରିଛନ୍ତି । ମମତା ବାନାର୍ଜୀଙ୍କ ଘରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥ ହୋମଯଜ୍ଞ ।

ଶୁକ୍ରବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେପଟେ କୋଲକାତା କାଳୀ ପୂଜା ହରିଶ୍ ମୂଖାର୍ଜୀ ଲେନସ୍ଥିତ ମମତା ବାନାର୍ଜୀଙ୍କ ଘରେ ପ୍ରଭୁ ଜଗନ୍ନାଥଙ୍କ ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସେବାୟତ ହୋମ ଯଜ୍ଞ କରିଛନ୍ତି । ଓଡ଼ିଶାରୁ 7 ପଣ୍ଡିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରକୁ ଯାଇଥିଲେ।

ସୂଚନା ଅନୁଯାୟୀ ସକାଳ ୬ଟାରୁ ସଂଧ୍ୟା ୫ ଟା ଯାଏ ପୂଜାର୍ଚ୍ଚନା ଚାଲିଥିଲା । ମୁଖ୍ୟମନ୍ତ୍ର ମମତାଙ୍କ ସହ ୪ ମନ୍ତ୍ରୀ ଓ ବହୁ ସାଂସଦ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ପୁରୀରୁ ଯାଇଥିବା ସେବାୟତ ମମତାଙ୍କ ବାସଭବନରେ ହୋମଯଜ୍ଞ କରିଥିଲେ । ଅନ୍ୟପଟେ ପୂଜାରେ ମମତା ବାନାର୍ଜୀଙ୍କ ସହିତ ତାଙ୍କ ପୁତୁରା, ଭାଇ ବାବୁନ୍, ପରିବାର ଲୋକେ, ଟିଏମ୍‌ସି ସାଂସଦ ଉପସ୍ଥିତ ଥିଲେ ।

Leave a Reply