ମେଲବର୍ଣ୍ଣ ଶତକ ପରେ ଲଗାତାର ୩ ପାଳି ନିରାଶ କଲେଣି ରାହାଣେ

1 min read
Ajinkya Rahane India Vs Australia Brisbane Test Team India

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନରେ ଖେଳା ଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁଣି ଭାରତକୁ ନିରାଶ କରିଛନ୍ତୁ ଟପ୍ ୪ ବ୍ୟାଟ୍ୟମ୍ୟାନ୍ । ଭାରତ ପକ୍ଷରୁ ଶୁଭମନ ଗିଲ୍ (୭), ରୋହିଥ ଶର୍ମା (୪୪), ଚେତେଶ୍ୱର ପୂଜାରା (୨୪) ଓ ଅଜିଙ୍କ୍ୟ ରାହାଣେ (୩୭) ରନ୍ କରି ଆଉଟ୍ ହୋଇଛନ୍ତି ।

Ajinkya Rahane India Vs Australia Brisbane Test Team India

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୬୯ ରନ୍ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆକୁ ଦୃଢ଼ ଜବାବ ଦେବେ ବୋଲି ଆଶା କରୁଥିଲେ କ୍ରିକେଟ୍ ପ୍ରେମୀ । ତେବେ, କ୍ରିଜରେ ଆଶାର ଓଲଟା ଫଳ ଦେଖିବାକୁ ମିଳିଛି । ଶୁଭମନ୍ ଗିଲ୍ ୭ ରନରେ ଆଉଟ୍ ହୋଇଛନ୍ତି ।

Ajinkya Rahane India Vs Australia Brisbane Test Team India

କ୍ୟାରିୟରର ଶହେ ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଲିୟୋନଙ୍କ ବଲରେ ୪୪ ରନ୍ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି ରୋହିତ ଶର୍ମା । ହେଜଲବୁଡ୍, ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ନେଇଥିବା ବେଳେ ଅଧିନାୟକ ଅଜିଙ୍କ ରାହାଣେଙ୍କ ୱିକେଟ୍ ନେଇଛନ୍ତି ମିଶେଲ ଷ୍ଟାର୍କ ।

Ajinkya Rahane India Vs Australia Brisbane Test Team India

ମେଲବର୍ଣ୍ଣରେ ଶତକ ମାରି ଭାରତକୁ ଐତିହାସିକ ବିଜୟ ଦେଇଥିବା ଅଜିଙ୍କ୍ୟ ରାହାଣେ ଲଗାତାର ୩ ପାଳି ହେଲା ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି । ସିଡନୀ ଟେଷ୍ଟର ପ୍ରଥମ ପାଳିରେ ରାହାଣେ ୨୨ ରନ୍ କରିଥିବା ବେଳେ ଦ୍ୱିତୀୟ ପାଳିରେ ୪ ରନ୍ କରି ଆଉଟ୍ ହୋଇଥିଲେ ।

Ajinkya Rahane India Vs Australia Brisbane Test Team India

ରାହାଣେ ବ୍ରିସେବେନରେ ବି ନୈରାଶଜନକ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ୩୭ ରନ୍ କରି ଆଉଟ୍ ହୋଇଥିଲେ । ଏହାବ୍ୟତୀତ୍ ଫିଲ୍ଡିଂରେ ବି ରାହାଣେ କ୍ୟାଚ୍ ଛାଡ଼ୁଛନ୍ତି । ମିଡିଲ୍ ଅର୍ଡରରେ ଖେଳୁଥିବା ରାହାଣେଙ୍କ ପ୍ରଦର୍ଶନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଛି ।

Ajinkya Rahane India Vs Australia Brisbane Test Team India

ଟିମରେ ଅଧିନାୟକ ବିରାଟ କୋହଲି ନାହାଁନ୍ତି । ଏମିତିରେ ରାହାଣେଙ୍କ ନୈରାଶଜନକ ପ୍ରଦର୍ଶନ ଦଳ ପାଇଁ କ୍ଷତିକାରକ ପାଲଟିଛି । ଭାରତ ପାଖରେ ସିରିଜ୍ ଜିତିବାର ସୁଯୋଗ ରହିଛି । ତେବେ, ଭାରତ ଚତୁର୍ଥ ଟେଷ୍ଟକୁ ଡ୍ର କରିଦେଲେ ସିରିଜ୍ ୧-୧ରେ ବରାବର ହୋଇଯିବ । ଏମିତି ହେଲେ ବି ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ହିଁ ରହିବ ।

Leave a Reply