ଭୁଶୁଡିବାରେ ଲାଗିଛି ମମତାଙ୍କ ଗଡ଼, ଗସ୍ତର ଦ୍ୱିତୀୟ ଦିନରେ ଶାହା ରୋଡ ଶୋ’ କରିବାର କାର୍ଯ୍ୟକ୍ରମ

କୋଲକାତା: ଭୁଶୁଡିବାରେ ଲାଗିଛି ମମତାଙ୍କ ଗଡ । ପଶ୍ଚିମବଙ୍ଗରେ ସକ୍ରିୟ ହେଉଛି ବିଜେପି । ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଅମିତ ଶାହା ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ଶାହା ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ତାପୂର୍ବରୁ ପୂର୍ବାହ୍ନ ୧୧ଟାରେ ବୋଲପୁରସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟୟମରେ ସାମିଲ ହେବେ ଶାହା । ସେଠାରେ ଲୋକଗାୟକ ବାସୁଦେବ ଦାସଙ୍କ ଘରେ ସେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ମମତା ବାନାର୍ଜୀଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କ ସହ ତାପସି ମଣ୍ଡଳ, ଅଶୋକ ଦିଣ୍ଡା, ସୁଦିପ ମୁଖାର୍ଜୀ, ସାକେତ ପଞ୍ଜା, ଶିଲଭଦ୍ର ଦତ୍ତ, ଦିପାଳି ବିଶ୍ୱାସ, ଶୁକ୍ର ମୁଣ୍ଡା, ବିଶ୍ୱଜିତ୍ କୁଣ୍ଡୁ ବିଜେପିରେ ସାମିଲ ହୋଇଥିଲେ । ଶୁଭେନ୍ଦୁଙ୍କ ଯୋଗଦାନ ଆଗାମୀ ଦିନରେ ଦଳକୁ ମଜବୁତ କରିବ ବୋଲି ଶାହା କହିଛନ୍ତି ।

ମେଦିନିପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ବିଜେପି କର୍ମୀଙ୍କ ହତ୍ୟା ପାଇଁ ଟିଏମସି ହିଁ ଦାୟୀ । ବିଜେପିକୁ ଯେତେ ଆକ୍ରମଣ କରାଯିବ ଦଳର କର୍ମୀ ସେତେ ସକ୍ରିୟ ହେବେ ବୋଲି ଶାହା କହିଛନ୍ତି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଏବେଠୁ ବିଜେପି ଓ ଟିଏମସି ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ଟିଏମସିକୁ ମାତ୍ ଦେଇ କ୍ଷମତା ଦଖଲ କରିବା ପାଇଁ ପୁରା ଜୋର ଲଗାଇଛି ବିଜେପି ।

Leave a Reply