କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ, ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

Koraput Plasma Bank

ଭୁବନେଶ୍ୱର: ରାଜ୍ୟରେ ପୁଣି ଖୋଲିବ ନୂଆ ପ୍ଲାଜ୍‌ମା ବ୍ୟାଙ୍କ । କୋରାପୁଟ ଜିଲ୍ଲାରେ ଗୁୁରୁବାର ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହେବ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିବେ ।

ଅଭିବକ୍ତ କୋରାପୁଟ ଜିଲ୍ଲାରେ କୋରନା ରୋଗି ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାକୁ ଯାଉଛନ୍ତି । କ୍ରିଟିକାଲ କୋରନା ରୋଗିଙ୍କୁ ଏହି ପ୍ଲାଜମା ଚିକିତ୍ସା କରାଯାଇ ସୁସ୍ଥ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ରୋଗିମାନେ ଏହାର ସୁଫଳ ପାଇପାରିବେ । କୋରାନା ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସା ଏକ ରାମ ବାଣ ସଦୃଶ୍ୟ ହୋଇଥିବା ପୂର୍ବରୁ ନଜିର ରହିଛି । ସେଥିପାଇଁ ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପରେ ଆଜି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଫଳରେ ଏହି ଚାରୋଟି ଜିଲ୍ଲାର ରୋଗି ଚିକିତ୍ସା ହୋଇପାରିବେ ।

ଅନ୍ୟପଟେ ରାଜ୍ୟରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ସମସ୍ତ ଚିନ୍ତାରେ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଆସ୍ୱସ୍ତି ମଧ୍ୟ ମିଳୁଛି ।

Leave a Reply