ଶାଶୁ ଘରେ ଅର୍ଚ୍ଚିତା ଭାଜିଲେ ମାଛ, କିଚେନରେ ଏକାଠି ସବ୍ୟର୍ଚ୍ଚିତା

ଭୁବନେଶ୍ବର: ଶାଶୁ ଘରେ ମାଛ ଭାଜିଲେ ଅର୍ଚ୍ଚିତା । ବିବାହ ପରେ ପ୍ରଥମ ଥର ଶାଶୁ ଘରେ ମାଛ ଭାଜୁଥିବା ନେଇ ପ୍ରଥମଥର ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ତଥା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପତ୍ନୀ ଅର୍ଚ୍ଚିତା ସାହୁ । ରିଲ ଲାଇଫରେ ପ୍ରେମର ରଙ୍ଗ ଲଗାଉଥିବା ଲଭ ବାର୍ଡ ରିୟଲ ଲାଇଫରେ ଯୋଡ଼ି ହୋଇଛନ୍ତି। ଫିଲ୍ମରେ ନୁହେଁ ପ୍ରକୃତ ଜୀବନେ ହୋଇଛନ୍ତି ଦୁହେଁ ଦୁହିଁଙ୍କର ଜୀବନର ସାଥୀ।

ରାଜସ୍ଥାନର ବିବାହ ବନ୍ଧନରେ ବାନ୍ଧି ହେବା ପରେ ଓଡିଶା ଫେରିଛନ୍ତି ନବଦମ୍ପତି । ଆଉ ଓଡିଶା ଫେରୁ ଫେରୁ ଶାଶୁଘର ହାଣ୍ଡିଶାଳରେ ଏବେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ମାଛ ଭାଜୁଥିବା ବେଳେ ପାଖରେ ରହିଛନ୍ତି ତାଙ୍କ ସ୍ବାମୀ ସବ୍ୟସାଚୀ ଏବଂ ଶାଶୁଘର ଲୋକେ ।

Leave a Reply