New year 2021: ମୀନ ରାଶିରେ ବେସି ଭାବିବା ମନା,କର୍କଟରେ ଯିଏ ଗଲା ତାକୁ କୁହନ୍ତୁ.. ଧନ୍ୟବାଦ

୨୦୨୦ ସରିବ ସରିବ ହେଉଛି । ୨୧ ଆରମ୍ଭ ହେବାକୁ ଆଉ ଅଳ୍ପ କେଇଦିନ ବାକି । ସ୍ମୃତିରେ ରହିଯିବ ୨୦ । ତେବେ ଜୀବନର ଅର୍ଥ ହେଉଛି ଆଗକୁ ବଢିବା । ୨୧ ଆରମ୍ଭ କରନ୍ତୁ ଦୃଢ ଇଛାଶକ୍ତି ସହିତ । ଆସନ୍ତୁ ରାଶି ଅନୁସାରେ ଜାଣିବା କେମିତି ୨୦୨୧ର ଆରମ୍ଭ କରା ଯାଇପାରେ ।

ମେଷ: ଆପଣଙ୍କ ପ୍ରକୃତି ହେଉଛି ସବୁବେଳେ ନମ୍ବର ୱାନ୍ ରହିବା । କିନ୍ତୁ ଏହା ସମ୍ଭବ ନୁହେଁ । କେବେ ନା କେବେ ଆପଣଙ୍କୁ ତଳକୁ ଓହ୍ଲାଇବାକୁ ପଡିବ । ତେଣୁ ୨୦୨୧ ଆରମ୍ଭ ପୂର୍ବରୁ ନିଷ୍ପତ୍ତି ନିଅନ୍ତୁ ଯେ, ନମ୍ବର ୱାନ୍ ହେବା ଚକ୍କରରେ ମାନସିକ ଶାନ୍ତି ହରାଇବେ ନାହିଁ । ବର୍ଷ ଆରମ୍ଭରୁ ଶାନ୍ତ ରହିବା ଶିଖନ୍ତୁ । ଘଟଣା ପ୍ରତି ବ୍ୟବହାରିକ ଦୃଷ୍ଟିକୋଣ ରଖନ୍ତୁ ମାନେ ପ୍ରାକ୍ଟିକାଲ ହୁଅନ୍ତୁ । ଆପଣ ମଣିଷ ଓ ଜୀବନରେ ସଫଳତା –ବିଫଳତା ରାତି ଦିନ ଭଳି ଆସିଥାଏ । ଅସଫଳତାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ।

ବୃଷ : ଏହି ରାଶିର ବ୍ୟକ୍ତି ଅନ୍ୟ ଉପରେ ଅଧିକ ନିର୍ଭରଶୀଳ । ଆପଣଙ୍କୁ ବୁଝିବାକୁ ହେବ ଆପଣଙ୍କ ପ୍ରଶ୍ନର ଉତ୍ତର ସବୁବେଳେ ଅନ୍ୟ ପାଖରେ ନଥାଏ । ତେଣୁ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । ନିଷ୍ପତ୍ତି ସବୁବେଳେ ଠିକ୍ ହୋଇନପାରେ କିନ୍ତୁ ସବୁବେଳେ ନିଷ୍ପତ୍ତି ଠିକ୍ ହେବ ବୋଲି କିଛି ମାନେ ନାହିଁ । ସବୁବେଳେ ଠିକ୍ ହେବାର ଜିଦ୍ ଛାଡନ୍ତୁ । ଅନ୍ୟଥା ନିଜ ନିଷ୍ପତ୍ତି ନିଜେ କେବେ ନେଇ ପାରିବେ ନାହିଁ ।

ମିଥୁନ: ସୁଯୋଗ ହାତଛଡା ହୋଇଯିବ । ଏହି ଚିନ୍ତା ସବୁବେଳେ କରନ୍ତୁ ନାହିଁ । ସବୁବେଳେ ସବୁସ୍ଥାନରେ ଆପଣ ଉପସ୍ଥିତ ରହି ପାରିବେ ନାହିଁ । ତେଣୁ ସୁଯୋଗ ଚାଲିଗଲା ବୋଲି ଚିନ୍ତା କରନ୍ତୁ ନାହିଁ । ଆଗକୁ ଆହୁରି ସୁଯୋଗ ଆସିବ ।

କର୍କଟ : ରିଲେସନସିପ୍ ମାମଲାରେ ଆପଣ ଭାବୁକ । କାହାଠୁ ଦୁରେଇ ଯିବା ଆପଣଙ୍କ ପାଇଁ ମୁସ୍କିଲ । ନୂଆ ବର୍ଷ ଆରମ୍ଭ ଆଗରୁ ଏହି ଦୁର୍ବଳତାକୁ ଦୁରେଇ ଦିଅନ୍ତୁ । ନିଜକୁ ନିଜେ କୁହନ୍ତୁ,ଯିଏ ଗଲା ସିଏ ଗଲା ।

ସିଂହ : ଆପଣ ଆକର୍ଷଣର କେନ୍ଦ୍ର । କିନ୍ତୁ ସହଜରେ ରିଜେକ୍ସନକୁ ସହ୍ୟ କରି ପାରନ୍ତି ନାହିଁ । ସମସ୍ତେ ଆପଣଙ୍କୁ ସ୍ୱୀକାର କରିବେ ତା’ର କିଛି ମାନେ ନାହିଁ । ତେଣୁ ରିଜେକ୍ସନକୁ ସ୍ୱୀକାର କରିବା ଶିଖନ୍ତୁ । ଆପଣ ସବୁବେଳେ ସମସ୍ତଙ୍କୁ ଖୁସୀ କରି ପାରିବେ ନାହିଁ । ତେଣୁ କେହି ରିଜେକ୍ଟ କଲେ ଟେନସନ୍ ନିଅନ୍ତୁ ନାହିଁ ।

କନ୍ୟା : ଛୋଟମୋଟ କମିକୁ ନେଇ ଆପଣ ବ୍ୟସ୍ତ ହୁଅନ୍ତି । ତେଣୁ ପରଫେକ୍ସନର ପରିଭାଷାକୁ ବଦଳାନ୍ତୁ । କେହି ପରଫେକ୍ଟ ନୁହନ୍ତି । ଆପଣ ବି ନୁହନ୍ତି । ତେଣୁ ପରଫେକ୍ଟ ହେବା ଚକ୍କରରେ ନପଡି ଜୀବନକୁ ଉପଭୋଗ କରନ୍ତୁ ।

ତୁଳା: ଆପଣଙ୍କ ଖୁସୀ ଅନ୍ୟମାନଙ୍କ ଉପରେ ନିର୍ଭର କରିନଥାଏ । ତେଣୁ ଏକୁଟିଆ ହେବାର ଡର ଭିତରୁ ବାହାରନ୍ତୁ ।  ଅନେକ ସମୟରେ ଏକୁଟିଆ ରହିବା ଆପଣଙ୍କ ପାଇଁ ଠିକ୍ ହୋଇଥାଏ । ନିଜ ପାଇଁ ସମୟ ବାହାର କରିବାକୁ ପ୍ରାଥମିକତା ଦିଅନ୍ତୁ ।

ବିଛା: ଜଳ ତତ୍ୱ ସହ ସମ୍ବନ୍ଧିତ ହୋଇଥିବାରୁ ଆପଣ ରୋମାଣ୍ଟିକ୍ ଟାଇପର । ଅନେକ ସମୟରେ ଆପଣ ଧୋକା ବି ଖାଆନ୍ତି । ନୂଆ ବର୍ଷରେ ଲୋକଙ୍କୁ ଚିହ୍ନିବା ଶକ୍ତିକୁ ବଢାନ୍ତୁ ଓ ତା’ପରେ ରୋମାନ୍ସ ।

ଧନୁ: ଆପଣ ସାହାସୀ । ତେଣୁ ରୋମାଂଚରେ ବିଶ୍ୱାସ କରନ୍ତି । ରୋମାଞ୍ଚକାରୀ ଜୀବନରେ ବ୍ୟସ୍ତ ରହି ଯଦି କିଛି ମିସ୍ କରିଛନ୍ତି ତେବେ ତାକୁ ନେଇ ଭାବନ୍ତୁ ନାହିଁ । ୨୧ ଆସିବା ଆଗରୁ ଫାଲତୁ ଚିନ୍ତାକୁ ଗୁଡବାୟ କୁହନ୍ତୁ ।

ମକର: ଏହି ରାଶିର ଲୋକ ଧୈର୍ଯ୍ୟବାନ ହୋଇଥାନ୍ତି । ଆପଣ ଭାବନାରେ ବହିଯାନ୍ତି ନାହିଁ । ତେବେ ଏହି ବର୍ଷ ନିଜ ଭାବନାକୁ ଟିକେ ପ୍ରକାଶ କରନ୍ତୁ । ଏହା ଆପଣଙ୍କୁ ଅଧିକ ଆକର୍ଷକ କରିବ ।

 

କୁମ୍ଭ: ଆପଣ କଥା ରଖିବା ଲୋକଙ୍କ ଭିତରୁ ଜଣେ । କିନ୍ତୁ ଅନେକ ଲୋକ ପ୍ରତିସ୍ରୁତିକୁ ଭୁଲିବାରେ ମାହିର ହୋଇଥାନ୍ତି । ଆପଣଙ୍କ ସହିତ ଏମିତି କିଛି ଯଦି ହୋଇଛି ତେବେ ନୂଆ ବର୍ଷ ପୂର୍ବରୁ ତାକୁ ଭୁଲି ଯାନ୍ତୁ । କାରଣ ସମସ୍ତେ ଆପଣଙ୍କ ଭଳି ହୋଇନଥାନ୍ତି ।

ମୀନ: ଆପଣ ବହୁତ ଭାବୁକ । ଯାହା ଆପଣଙ୍କୁ ଅନେକ ସମୟରେ ଚିନ୍ତାରେ ପକାଇଥାଏ । ତେଣୁ ୨୦୨୦ ସହିତ ଅଧିକ ଭାବିବା ଅଭ୍ୟାସକୁ ଅଲବିଦା କୁହନ୍ତୁ । ହୃଦୟ ଓ ମସ୍ତିଷ୍କ ମଧ୍ୟରେ ସନ୍ତୁଳନ ରଖନ୍ତୁ ।

Leave a Reply