ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ‘ଅଟଳ ଟନେଲ’ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ମନାଲି: ହିମାଚଳ ପ୍ରଦେଶର ଚାମ୍ବା ଉପତ୍ୟାକାରେ ବହିବ ବିକାଶର ନୂଆ ଧାରା । ଲାହୋର ଘାଟିବାସୀଙ୍କ ପାଇଁ ବଡ଼ ଦିନ । ଲୋକାର୍ପିତ ହେଲା ବହୁପ୍ରତିକ୍ଷୀତ ଅଟଳ ଟନେଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋହତଙ୍ଗରେ ପହଞ୍ଚି ବିଶ୍ୱର ସବୁଠୁ ବଡ଼ ଟନେଲ୍ ଅଟଳ ଟନେଲର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ଏହାସହ ଡିଫେନ୍ସ ଷ୍ଟାଫ ଚିଫ୍ ବିପିନ ରାୱତ ଓ ଚିଫ୍ ଜେନେରାଲ ଏମଏମ ନରୱାଣେ ଉପସ୍ଥିତ ଅଛନ୍ତି । ଟନେଲ ଲୋକାର୍ପଣ ପରେ ଟନେଲ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ୨୦ ବର୍ଷ ପରେ ଆଜି ଅଟଳ ଟନେଲକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଟନେଲ ନିର୍ମାଣ ହେବା ଫଳରେ ଲେହ ଓ ମନାଲୀକୁ ୪୬ କିଲୋମିଟର ରାସ୍ତା ହ୍ରାସ ପାଇଛି । ଏଥିସହ ଯାତ୍ରା ସମୟ ମଧ୍ୟ ୪ରୁ ୫ ଘଣ୍ଟା କମିଛି । ଏଥିସହ ଏହା ଦ୍ୱାରା ସୀମାକୁ ସବୁଦିନିଆ ରାସ୍ତାର ବାଟ ଫିଟିଛି । ପୂର୍ବର ବରଫପାତ ପାଇଁ ବର୍ଷକୁ ୬ ମାସ ଘାଟି ରାସ୍ତା ବନ୍ଦ ହୋଇପଡୁଥିଲା ।

ସମୁଦ୍ରପତ୍ତନର ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲର ଲମ୍ବ ୯ ଦଶମିକ ୨ କିଲୋମିଟର । ଯାହା ଜାତୀୟ ରାଜପଥରେ ନିର୍ମିତ ବିଶ୍ବର ଦୀର୍ଘତମ ଟନେଲ ଅଟେ । ଟନେଲର ସୁରକ୍ଷା ପାଇଁ ପ୍ରତି ୧୫୦ ମିଟର ଦୂରତାରେ ଟେଲିଫୋନ ଓ ୬୦ ମିଟର ଦୂରତାରେ ଅଗ୍ନି ନିରାପତ୍ତା ଯନ୍ତ୍ର ରଖାଯାଇଛି । ସେହିପରି ଟନେଲରେ ୨୫୦ଟି ସିସିଟିଭି ଲଗାଯାଇଛି । ୨୦୦୦ ମସିହା ଜୁନ ୩ ତାରିଖରେ ଏହାର ପରିକଳ୍ପନା କରାଯାଇଥିଲା । ପରେ ୨୬ ମେ ୨୦୦୨ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

Leave a Reply