ସାମ୍ୱାଦିକଙ୍କ ଉପରକୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା: ଦୃଢ଼ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା

1 min read

ଭୁବନେଶ୍ୱର: ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ବିଜେପିର ଏଭଳି ଗୁଣ୍ଡାଗିରିକୁ ସେ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଯଦୁପୁରରେ ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗିରିକୁ ନାପସନ୍ଦ କରିଛନ୍ତି। ପରୀ ହତ୍ୟାର ସତ ପଦାକୁ ଆସିଥିବା ବେଳେ ବିଜେପିର ମିଛ ଏବେ ଧଡାପଡିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର ମଧ୍ୟ ବିଜେପିର ଏଭଳି ଗୁଣ୍ଡାଗିରିକୁ ନାପସନ୍ଦ କରିଛନ୍ତି। ବିଜେପିର ଏଭଳି କାର୍ଯ୍ୟକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଏଥିସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟୁଇଟ କରି ଦଳର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମର କଣ୍ଠରୋଧ କରିବାକୁ ଅପପ୍ରୟାସ କରିଛି ବିଜେପି । ପରୀ ପଲିଟିକ୍ସରେ ବ୍ରେକ ଲାଗିବା ପରେ ହତାଶ ହୋଇପଡିଛି ବିଜେପି । ଯଦୁପୁରରେ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଛନ୍ତି ବିଜେପି କର୍ମୀ । ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ୱାଦିକଙ୍କୁ କରିଛନ୍ତି ଆକ୍ରମଣ । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ନନ୍ଦିଘୋଷ ଟିଭି ପ୍ରତିନିଧି ଅନୁଜ ଦାସ, ପ୍ରଦୀପ ପ୍ରଧାନ ଓ କ୍ୟାମେରା ପର୍ସନ ବିଷ୍ଣୁ ତରାସିଆ। ବିଜେପି ପଦଯାତ୍ରାରେ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ବୀରାଜ ହରିଚନ୍ଦନ ଥିଲେ। ଏମାନଙ୍କ ସାମ୍ନାରେ ହିଁ ବିଜେପି କର୍ମୀ ଗୁଣ୍ଡାଗିରି କରିବାକୁ ସାହସ ପାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବିଜେପି ନିଜକୁ କଣ ଦର୍ଶେଇବାକୁ ଚାହୁଁଛି? ପରୀ ସତ ପଦାକୁ ଆସିବା ପରେ ବିଜେପି କାହିଁକି ରକ୍ତମୁଖା ହୋଇପଡିଛି? କ’ଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି? ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ କହିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନା, ସାଂସଦ ମାନେ ମଧ୍ୟ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ସତ କହିଲେ ବିଜେପିକୁ ବାଧୁଛି, ଯଦୁପୁରରେ ନନ୍ଦିଘୋଷ ଟିଭି ଟିମକୁ ବିଜେପି କର୍ମୀଙ୍କ ଆକ୍ରମଣ

 

Leave a Reply