ପାଗ ଭିଡ଼ୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ: ବିଜୟ ନେଇ ତିଆରି ଚାଲିଛି ରଣନୀତି

Balasore By Poll BJP Candidates Manas Dutta Filed Nomination

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଲଢ଼େଇ । ବାଲେଶ୍ୱର ସଦରର ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଜି ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ସେପଟେ ତିର୍ତ୍ତୋଲରେ କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ନେଇ ଗୁପ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି ।

Balasore By Poll BJP Candidates Manas Dutta Filed Nomination

ଭିଡ଼ ନଥାଇ ବି ଉଷ୍ଣ ହେବ ରାଜନୀତି । ଦୁଇ ଉପନିର୍ବାଚନ ପାଇଁ ତିନିଦଳ ପ୍ରସ୍ତୁତ । ଆଜି ବାଲେଶ୍ୱରର ବିଜେପି ପ୍ରାର୍ଥୀ ମାନସ ଦତ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତଥା ବାପା ସ୍ୱର୍ଗତ ମଦନ ମୋହନଙ୍କ ଫଟୋକୁ ପୂଜା କରି ସେ ଶୋଭାଯାତ୍ରାରେ ବାହାରିଥିଲେ । ଅନ୍ୟ ବରିଷ୍ଠ ନେତାଙ୍କ ସହ ସାଥୀରେ ଥିଲେ ମା’ ପ୍ରେମଲତା ।

Balasore By Poll BJP Candidates Manas Dutta Filed Nomination

ସେପଟେ ପ୍ରଚାର ମୈଦାନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ । ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ଆସନ୍ତାକାଲି ବିଜେଡିର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ନାମାଙ୍କନପତ୍ର ଦାଖଲ କରିବେ । ତେବେ କେମିତି ହେବ ପ୍ରଚାର ? କଣ ରହିବ ପ୍ରସଙ୍ଗ ? ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ଜନହିତକର ଯୋଜନା ଓ ଦୃଢ ସଂଗଠନ ବଳରେ ଏଥର ସ୍ୱରୂପ ଓହ୍ଲାଇବେ ନିର୍ବାଚନୀ ମୈଦାନକୁ ।

Tirtol BJD

ସେପଟେ ତାତିଲାଣି ତିର୍ତ୍ତୋଲର ରାଜନୈତିକ ମାହୋଲ୍ । କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ବରିଷ୍ଠ ନେତାଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ । ୧୯ ପଞ୍ଚାୟତର ତୃଣମୂଳସ୍ତରର ନେତାଙ୍କ ସହ କଥା ହୋଇଛନ୍ତି ବରିଷ୍ଠ ବିଜେଡି ନେତା । ଚାଲିବ ଡୋର ଟୁ ଡୋର୍ କ୍ୟାମ୍ପେନ । ବିଜୟ ଦାସଙ୍କୁ ଭୋଟ ଦେଇ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏହା ଏକ ସୁଯୋଗ ବୋଲି ବିଜେଡି ନେତା କହିଛନ୍ତି । ସେପଟେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

Leave a Reply