ବଦନାମ୍‌ରୁ ମୁକ୍ତି ପାଇଁ ଅନର କିଲିଂ: ଅଭିଯୁକ୍ତ ମା’ ଓ ସହଯୋଗୀ ଗିରଫ

ବାଲେଶ୍ୱର: ବଦନାମରୁ ମୁକ୍ତି ପାଇଁ ଅନର କିଲିଂ । ଜନ୍ମକଲା ମା’ ନେଇଛି ଝିଅର ଜୀବନ । ମୁଣ୍ଡରେ ଲାଗିଥିବା ବଦନାମର କଳାଦାଗକୁ ହଟାଇବା ପାଇଁ ମା’ ରଚିଥିଲା ମର୍ଡର ପ୍ଲାନ୍ । ବାଲେଶ୍ବର ଶିବାନୀ ନାଏକ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଶିବାନୀଙ୍କ ମା’ ସୁକାନ୍ତି ଗିରି ଓ ସହଯୋଗୀ ପ୍ରମୋଦ ଜେନାଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି ।

ଝିଅ ଜୀବନ ନେବାକୁ ମା’ର ମର୍ଡର ପ୍ଲାନ୍ । ବଦ୍‌ନାମରୁ ମୁକ୍ତି ପାଇଁ ଅନର କିଲିଂ । ଝିଅ ହତ୍ୟା ପାଇଁ ମା’ର ସୁପାରି । ୫୦ ହଜାରରେ ଡିଲ୍, ରାତାରାତି ମର୍ଡର।ବାଲେଶ୍ବର ଶିବାନୀ ନାୟକ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ମର୍ଡର ପାଇଁ ଯୋଜନା କରିଥିଲେ ଶିବାନୀଙ୍କ ମା’ ସୁକାନ୍ତି । ବିବାହର ୧୧ ବର୍ଷ ପରେ ଦୁଇଝିଅଙ୍କ ସହ ବାପ ଘରେ ରହୁଥିଲେ ଶିବାନୀ । ମଦ ବିକ୍ରି ସାଙ୍ଗକୁ ବହୁ ଅନୈତିକ କାର୍ୟ୍ୟରେ ଲିପ୍ତ ଥିଲେ। ବଦ୍‌ନାମର କଳଙ୍କ ବୋଳି ହୋଇଯାଇଥିଲା ପୂରା ପରିବାର ମୁହଁରେ । ଦୁଇ କଲେଜ ପଢୁଆ ଝିଅଙ୍କ ଜୀବନ ମୁସ୍କିଲ ହୋଇ ପଡ଼ିଥିଲା । ବାରମ୍ବାର କହିଥିଲେ ବି ଶୁଣୁନଥିଲା ଝିଅ ଶିବାନୀ। ଶେଷରେ ସୁକାନ୍ତି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ।

ହତ୍ୟା ପାଇଁ ୫୦ ହଜାରରେ ଡିଲ୍ ହୋଇଥିଲା । ୮ ହଜାର ଟଙ୍କା ଆଡ୍‌ଭାନ୍‌ସ ନେଇଥିଲେ ହତ୍ୟାକାରୀ । ଯୋଜନା ମୁତାବକ ୧୨ ତାରିଖ ରାତିରେ ମୟୂରଭଞ୍ଜ ବୈଶିଙ୍ଗା ନେଇ ଶିବାନୀଙ୍କୁ ମଦ ପିଆଇଥିଲେ । ନିଶାର ସୁଯୋଗ ନେଇ ନଗ୍ରମ ନିକଟରେ ଥିବା ଏକ ପୋଲ ପାଖରେ ଶିବାନୀଙ୍କୁ ଇଟାରେ ଛେଚି ହତ୍ୟା କରିଥିଲେ । ପରେ ପୋଲ ତଳକୁ ଫିଙ୍ଗି ଦେଇଥିଲେ । ୧୩ ତାରିଖ ସକାଳେ ମୃତଦେହ ଉଦ୍ଧାର ହେବା ପରେ ତନାଘନା କରିଥିଲା ପୋଲିସ। ହତ୍ୟା ପୂର୍ବରୁ ଶିବାନୀଙ୍କୁ ଗାଡ଼ିରେ ନିଆଯାଇଥିବା ନେଇ ପୋଲିସ ସୁରାକ୍‌ ପାଇଥିଲା । ଗାଡ଼ିରୁ ସାଇଣ୍ଟିଫିକ୍ ଟିମ୍ ପାଇଥିଲା ରକ୍ତ ନମୁନା। ଡ୍ରାଇଭର ପ୍ରମୋଦ ଜେନାକୁ ଧରିବା ପରେ ହତ୍ୟା ରହସ୍ୟ ଉପରୁ ହଟିଥିଲା ପରଦା ।

ଏଥିସହିତ ପଢ଼ନ୍ତୁ: ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି

Leave a Reply