ଭୋଟ୍ ପୂର୍ବରୁ ବାଇଆ ହେଲାଣି ନେତା, ଦେଉଛନ୍ତି ହତ୍ୟା ଧମକ

1 min read
Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

କୋଲକାତା: ୨୦୨୧ ପାଇଁ ସମରସଜ୍ଜା । ପଶ୍ଚିମବଙ୍ଗରେ ଉଷ୍ମ ହେଉଛି ରାଜନୈତିକ ଗତିବିଧି । ରାଜ୍ୟରେ ବାରମ୍ବାର ହିଂସା, ଗୁଣ୍ଡାରାଜ ପାଇଁ ଲୋକ ଶାସକ ଟିଏମସି ଠାରୁ ଦୂରେଇ ଯାଉଛନ୍ତି । ନିଜକୁ ଅନ୍ୟ ଦଳଠାରୁ ଅଲଗା (The Party with a difference) ବୋଲି ଦାବି କରୁଥିବା ବିଜେପି ଏବେ ସମାନ ରାସ୍ତା ଆପଣାଉଛି । ଏକଥା ଆମେ କହୁନୁ । ବରଂ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଏମିତି ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ତ ଆସନ୍ତା ବର୍ଷ ହେବ । କିନ୍ତୁ, ଏବେଠୁ ନେତାଙ୍କ ପାଟି ଆଉ ବୋଲ ମାନୁନି ।

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ମମତା ବାନାର୍ଜୀଙ୍କ ତୃଣମୂଶ କଂଗ୍ରେସକୁ ଧମକ ଦେଇଛନ୍ତି । ଦିଲୀପ TMC ସମର୍ଥକଙ୍କୁ କହିଛନ୍ତି- ‘ସୁଧୁରି ଯାଅ, ନହେଲେ ହାତ-ଗୋଡ଼ ଭାଙ୍ଗି ଦିଆଯିବ । ଜୀବନରେ ବି ମାରି ଦିଆଯାଇ ପାରେ ।’ ରବିବାର ପଶ୍ଚିମୀ ମେଦିନପୁର ଜିଲ୍ଲାର ହଳଦିଆ କସବେ ରାଲିରେ ଦଳର ପ୍ରଦେଶ ସଭାପତି ଏଭଳି ଧମକଭରା କଥା କହିଛନ୍ତି ।

‘୬ ମାସରେ ସୁଧୁରି ଯାଅ’

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

ଦିଲୀପ ଘୋଷ କହିଛନ୍ତି- ବିଧାନସଭା ନିର୍ବାଚନ ରାଜ୍ୟ ପୋଲିସ ଅଧୀନରେ ନାହିଁ । ଏହା କେନ୍ଦ୍ର ସୁରକ୍ଷା ବଳ ମୁତୟନରେ ଅନୁଷ୍ଠିତ ହେବ । TMC ସମର୍ଥକ ଏବେ ଯାଏଁ ସୁଧୁରି ନାହାଁନ୍ତି ଏବଂ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ସେମାନଙ୍କୁ ଆସନ୍ତା ୬ ମାସ ମଧ୍ୟରେ ସୁଧୁରି ଯିବା ଉଚିତ୍ । ନହେଲେ ହାଡ଼ ଭାଙ୍ଗି ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ । ତଥାପି ନମାନିଲେ ଶ୍ମଶାନ ଯିବାକୁ ପଡ଼ିବ ।

ଶାହ ଦେଲେକି ସାହସ ?

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ଲାଗି ଆସନ୍ତାବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ନିର୍ବାଚନ ହୋଇପାରେ । ବିଜେପି ଏଠାରେ ୨ ଶହ ଆସନ ଜିତିବା ଲକ୍ଷ୍ୟ କରି ଗୋଟି ଚାଳନା କରୁଛି । ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ । ସେ କହିଥିଲେ- ତୁଷ୍ଟୀକରଣ ରାଜନୀତି ଦ୍ୱାରା ପଶ୍ଚିବଙ୍ଗର ମହାନ୍ ପରମ୍ପରା ଖଣ୍ଡିତ ହୋଇଛି । ଆପଣ କଂଗ୍ରେସକୁ ସୁଯୋଗ ଦେଲେ, କମ୍ୟୁନିଷ୍ଟଙ୍କୁ ବି ଦେଲେ । ଏବେ ଦୁଇ ଥର ମମତା ଦିଦିଙ୍କୁ ସୁଯୋଗ ଦେଇଛନ୍ତି । ଥରେ ମୋଦିଙ୍କୁ ସୁଯୋଗ ଦିଅନ୍ତୁ । ଆମେ ୫ ବର୍ଷରେ ସୁନାର ପଶ୍ଚିମବଙ୍ଗ କରିଦେବାର ପ୍ରତିଶ୍ରୁତି ଦେଉଛୁ ।

Leave a Reply