ସାବଧାନ୍‌ ! ଆସିପାରେ କୋକିଳକଣ୍ଠୀଙ୍କ ଚିଟିଂ କଲ୍‌…

1 min read

ଭୁବନେଶ୍ୱର: ଅନ୍‌ଲାଇନ୍‌ ଲୁଟେରାଙ୍କ ଲୁଟ୍‌ର ନୂଆ ତରିକା । କିଛି ଜାଣିବା ଆଗରୁ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇଯିବ ଟଙ୍କା । ପ୍ରଥମେ ଆପଣଙ୍କ ଫୋନ୍‌କୁ ଫେକ୍ ହେଲପ ଲାଇନ୍‌ ନମ୍ବର ମେସେଜ୍ କରୁଛନ୍ତି ଅନ୍‌ଲାଇନ୍‌ ଲୁଟେରା । ଆପଣ କଲ୍‌ କଲେ, ଆପଣଙ୍କୁ ଏକ ଲିଙ୍କ୍ ପଠାଯାଉଛି। ସେଥିରେ କିଛି ଜରୁରୀ ତଥ୍ୟ ଦେବାକୁ କୁହାଯାଉଛି । ହେଲେ ଲିଙ୍କ୍ କ୍ଲିକ୍‌ କରୁ କରୁ ହିଁ ଆପଣଙ୍କ ଆକାଉଣ୍ଟରୁ ଗାଏବ ହେଇଯାଉଛି ହଜାର ହଜାର ଟଙ୍କା । ହେଲ୍‌ପ ଲାଇନ୍‌ ନମ୍ବର ଜରିଆରେ ଏଭଳି ଠକେଇ ସଂଖ୍ୟା ଏବେ ଦେଶରେ ବଢି ବଢି ଚାଲିଛି । କଷ୍ଟମର କେୟାର ଏକଜିକ୍ୟୁଟିଭ୍‌ ଭାବେ କିଛି ଯୁବତୀଙ୍କୁ ଖାସ କରି ନିଯୁକ୍ତ କରାଯାଉଛି । ସୁନ୍ଦର କଣ୍ଠର ଯାଦୁରେ ସେମାନେ ଗ୍ରାହକଙ୍କୁ ଟ୍ରାପ୍‌ କରୁଛନ୍ତି ।ନିକଟରେ ମୁମ୍ବାଇରେ ଜଣେ ମହିଳା ଏଭଳି ଠକେଇର ଶିକାର ହୋଇଛନ୍ତି । HP ଗ୍ୟାସ୍‌ ଏଜେନ୍ସିର ଫେକ୍ ହେଲପ ଲାଇନ୍‌ ନମ୍ବରରେ ଅଜାଣତରେ ମହିଳା ଜଣକ କଲ୍‌ କରିଥିେଲ । ଏହାପରେ କଷ୍ଟମର କେୟାର ଏକଜିକ୍ୟୁଟିଭ୍‌ ତାଙ୍କ ପାଖକୁ ଏକ ଲିଙ୍କ୍ ପଠାଇ ସେଥିରେ ଜରୁରୀ ତଥ୍ୟ ଦେବାକୁ କହିଥିଲେ । ଆଉ ଲିଙ୍କରେ କ୍ଲିକ୍‌ କରୁ କରୁ ୪ଟି ଟ୍ରାନଜାକ୍ସନରେ ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୪୦ ହଜାର ଟଙ୍କା ।

ଏଭଳି ଠକେଇ ପାଇଁ UPI ପେମେଣ୍ଟ ରିକ୍ୱେଷ୍ଟ ଓ ହ୍ଵାଟ୍‌ସ ଆପରେ ସେୟାର କରାଯାଇଥିବା QR କୋଡ୍‌ର ବ୍ୟବହାର କରୁଛନ୍ତି ଲୁଟେରା । ଖାଲି ସେତିକି ନୁହେଁ ଗୁଗୁଲ, ଜଷ୍ଟ ଡାଏଲରେ ଥିବା ଭୁଲ୍‌ କଷ୍ଟମର କେୟାର ଓ ହେଲ୍‌ପ ଲାଇନ୍‌ ନମ୍ବର ବି ହେଉଛି ଲୁଟେରାଙ୍କ ନୂଆ ହତିଆର ।

ଏଭଳି ଠକେଇରୁ କେମିତି ରକ୍ଷା ପାଇେବ ?

୧) କେବେ ବି କାହା ସହ ନିଜ କାର୍ଡ ନମ୍ବର, ଏକ୍ସପାରୀ ଡେଟ୍‌, ସିଭିଭି ନମ୍ବର, ପିନ୍‌, ଓଟିପି ସେୟାର କରନ୍ତୁ ନାହିଁ ।

୨) ଟଙ୍କା ରିସିଭ କରିବା ପାଇଁ କେବେ ବି  ‘pay’ କିମ୍ବା ୟୁପିଆଇ ପିନ୍‌କୁ ଏଣ୍ଟର କରନ୍ତୁ ନାହିଁ ।

୩) ସ୍କ୍ରିନ୍‌ ସେୟାର, ଏନିଡେସ୍କ, ଟିମ୍‌ ଭ୍ୟୁଅର ପରି ଥାର୍ଡ ପାର୍ଟି ଆପ୍‌ ଇନଷ୍ଟଲ କରନ୍ତୁନାହିଁ ।

୪) ଗୁଗୁଲ, ଫେସବୁକ୍ କିମ୍ବା ଟ୍ଵିଟରରେ ଦିଆଯାଇଥିବା ହେଲ୍‌ପ ଲାଇନ୍‌ ନମ୍ବର ଉପରେ ଭରସା କରନ୍ତୁ ନାହିଁ । ସବୁେବେଳ କମ୍ପାନୀର ନିଜସ୍ୱ ୱେବସାଇଟରେ ଦିଆଯାଇଥିବା ନମ୍ବରରେ କଲ୍‌ କରନ୍ତୁ ।

୫) କୌଣସି ଅଜଣା ନମ୍ବରରୁ ଆସିଥିବା ଇମେଲ୍‌ କିମ୍ବା ଟେକ୍ସଟ ମେସେଜ୍‌ ଉପେର କ୍ଲିକ୍‌ କରନ୍ତୁ ନାହିଁ । ')}

Leave a Reply