ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା: ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ

1 min read

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା । ଆଜି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ । ବ୍ୟବସାୟିକ ମହାସଂଘର ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତଃ ଜିଏସଟି ସରଳୀକରଣ ଓ ଇ-କର୍ମସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ ସାମିଲ ହେବେ ୮ କୋଟିରୁ ଅଧିକ ବ୍ୟବସାୟୀ  । ରାଜ୍ୟରେ ମଧ୍ୟ ଦେଖିବାକୁ ପଡିବ ବନ୍ଦର ପ୍ରଭାବ । ତେବେ ବନ୍ଦ ପାଳନରୁ ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ ବାଦ୍ ରହିବ । ଗମନାଗମନ ବା ଗାଡି ଚଳାଚଳରେ କୌଣସି ବାଧା ଉପୁଯିବ ନାହିଁ ବୋଲି କୁହାଯାଇଛି । ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍ ପୋଲିସ  । ପ୍ରତି ମାର୍କେଟ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରେ ମୁତୟନ ହେବ ପୋଲିସ ଫୋର୍ସ ।  ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ପାଇଁ ବ୍ୟବସାୟୀ ସଂଘ ସହ ଆଲୋଚନା ପୋଲିସ କରିଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ସତର୍କ, ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

Leave a Reply