ରାଷ୍ଟ୍ରପତି ହେଉ ହେଉ ସିରିଆ ଉପରେ ବାଇଡେନଙ୍କ ଏୟାର ଷ୍ଟ୍ରାଇକ୍

1 min read

ୱାଶିଂଟନ: ନବନିର୍ବାଚିତ ଆମେରିକାନ୍ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା କରିଛି ସିରିଆ ଉପରେ ପ୍ରଥମ ଆକ୍ରମଣ । ଶୁକ୍ରବାର ଦିନ ସିରିୟାରେ ଇରାନ୍ ଆତଙ୍କବାଦୀଙ୍କ ଉପରେ ଆମେରିକା କରିଛି ଏୟାର ଷ୍ଟ୍ରାଇକ୍ । ଏୟାରଷ୍ଟ୍ରାଇକ୍ରେ ଇରାନ ସମର୍ଥିତ ମିଲିସିଆର ଏକ ବିଲ୍ଡିଂ ଧ୍ୱଂସ କରିଦିଆଯାଇଛି ବୋଲି କହିଛି ପେଣ୍ଟାଗନ୍। ଇରାକ୍ରେ ଆମେରିକା ଦୂତାବାସ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଏହା ଥିଲା ଆମେରିକାର ପ୍ରତିଶୋଧ। ଯାହା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍। ଏହି ଏୟାରଷ୍ଟରାଇକରେ ସିରିଆର ସେହି ସବୁ ଅଞ୍ଚଳରେ ବୋମା ପକାଯାଇଛି, ଯେଉଁଠି ଇରାନର ସାହାଯ୍ୟରେ ହେଉଥିଲା ଆତଙ୍କବାଦୀ କାର୍ଯକଳାପ।


ଇରାକସ୍ଥିତ ଆମେରିକା ଦୂତାବାସ ଉପରେ ମିଲିସିଆ ପକ୍ଷରୁ ଗତ କିଛିଦିନ ତଳେ ଆକ୍ରମଣ କରାଯାଇଥିଲା। ଏଥରେ ଜଣେ କଣ୍ଟ୍ରାକ୍ଟର ପ୍ରାଣ ହରାଇଥିଲେ ଓ ଅନ୍ୟ କେତେକଣ ଆହତ ହୋଇଥିଲେ। ଯାହାର ପ୍ରତିଶୋଧ ଆମେରିକା ନେଇଛି ବୋଲି କହିଛନ୍ତି ପେଣ୍ଟାଗନର ପ୍ରେସ୍ ସେକ୍ରେଟେରୀ ଜନ୍ କିର୍ବୀ।

ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା ବିରୋଧ

୨୦୧୧ରେ ସିରିଆରେ ଥିବା ସରକାର ବିରୁଦ୍ଧରେ ଚାଲିଥିଲା ବିରୋଧ ପ୍ରଦର୍ଶନ। ଦେଶର ବିକାଶରେ ସିରିଆର ଏକଛତ୍ରବାଦୀ ଶାସକ ବାଶାର ଅଲ-ଅସଦ ସବୁ ଦିଗରେ ହୋଇଥିଲେ ବିଫଳ। ସିରିଆର ଜନତା ତାଙ୍କୁ ଶାସନ ଗାଦିରୁ ଉଠାଇବାକୁ ଚାହୁଁଥିଲେ। ତାଙ୍କ ବିରୁଦ୍ଧରେ ଜନତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ଏଥିରେ ବାଶାର ରାଗିଯାଇ ଆନ୍ଦୋଲନକୁ ଦମନ କରିବା ଲାଗି ଆରମ୍ଭ କରିଥିଲେ ଅତ୍ୟାଚାର।
ସେ ବିଦ୍ରୋହୀମାନଙ୍କ ଉପରେ ରାସାୟନିକ ଆକ୍ରମଣ କରି ସେମାନଙ୍କ ହତ୍ୟା କରିବା ଆରମ୍ଭ କଲେ। ଏହି ପ୍ରସଙ୍ଗ କେବଳ ସିରିଆରେ ସୀମିତ ରହିଲା ନାହିଁ, ଋଷ ଏବଂ ଇରାନ ଭଳି ଦେଶ ଏହି ଯୁଦ୍ଧରେ ସାମିଲ୍ ଦେଇଥିଲେ। ଲୋକମାନେ ସେନା ଉପରେ ଭାରି ପଡୁଥିଲେ, ଯାହାକୁ ଦମନ କରିବା ପାଇଁ ଏହି ଦେଶମାନେ ଟଙ୍କା ଏବଂ ସୈନିକ ଯୋଗାଉଥିଲେ। ଯାହାପରେ ସାଧାରଣ ଜନତାଙ୍କୁ ନିର୍ମମ ଭାବେ କରାଉଛି ହତ୍ୟା ।

ଗୋଟିଏ ପଟେ ଇରାନ ସିରିଆର ଏକଛତ୍ରବାଦୀ ଶାସନକୁ ପ୍ରୋତ୍ସାହନ ଦେଉଥିଲା, ଅନ୍ୟ ପଟେ ଆମେରିକା କରୁଥିଲା ଏହାର ବିରୋଧ। ସିରଆର ଏହି ଯୁଦ୍ଧରେ ଲୋକଙ୍କ ସହ ଠିଆହୋଇଥିଲା ଆମେରିକା। ଋଷ ମଧ୍ୟ ଖୋଲାଖୋଲି ଭାବେ ଅସଦଙ୍କ ଏକଛତ୍ରବାଦ ଶାସନକୁ ସମର୍ଥନ କରୁଥିଲା । ଏପରିକି ସିରିଆରେ ନିଜର ସାମରିକ ଘାଟି ତିଆରି କରିସାରିଛି । ଏଠାରୁ ଋଷର ସେନା ସିରିୟାର ବିଦ୍ରୋହୀଙ୍କ ଉପରେ କରୁଛି ଆକ୍ରମଣ । ଏହି ତିନି ଦେଶର ଶତ୍ରୁତାରେ ସିରିୟାର ସାଧାରଣ ଜନତା ବହୁତ ପ୍ରଭାବିତ ହେୁଛନ୍ତି । ସୂଚନା ମୁତାବକ ଏହି ତିନି ଦେଶର ଲଢେଇ ଓ ଆକ୍ରମଣରେ ପାଖାପାଖି ୪ ଲକ୍ଷ ଲୋକଙ୍କର ଜୀବନ ଗଲାଣି। ପାଖାପାଖି ୬୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟଦେଶରେ ସରଣ ନେଲେଣି।
୨୦୧୭ରେ ଋଷ ରାଷ୍ଟ୍ରପତି ପୁଟିନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତାରୁ ସିରିୟା ସଂକଟର ସମାଧାନ ହେବ ବୋଲି ଆଶା କରାଯାଉଥିଲା । ହେଲେ ଏହା ସମ୍ଭବ ହୋଇନଥିଲା । ବରଂ ଉଭୟଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଗଲା ।

ସିରିଆର ଇଦବିଲ୍ ପ୍ରଦେଶର ଖାନ୍ ଶେଖହୁନ୍ ରେ ରାସାୟନିକ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଆମେରିକା ସିରିଆ ସରକାରଙ୍କ ଶାସନ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅଲ-ଅସଦସରକାରଙ୍କୁ ସମର୍ଥନ କରୁଥିବା ଋଷ ଆମେରିକା ଉପରେ କ୍ଷୁବ୍ଧ ହୋଇଥିଲା। ସେବେଠୁ ଉଭୟ ଦେଶ ଭିତରେ ଚାଲିଛି ଶୀତଳ ଯୁଦ୍ଧ।

Leave a Reply