Bihar: ଶେଷ ବଲ୍ ନିର୍ଣ୍ଣୟ କରିବ କିଏ ଜିତିବ ବିହାର ବାଜି ? ପ୍ରତି ଓଭରରେ ବଦଳୁଛି ଭୋଟ୍ ଗଣିତ

1 min read
Bihar Election Counting To Be Ends In Late Night

ପାଟଣା: କିଏ ଜିତିବ ବିହାର ? କାହାର ହେବ ସରକାର ? ପୁଣି କ୍ଷମତା ବନବାସରୁ ଫେରି ବିହାର ଦଖଲ କରିବ କି ଆରଜେଡି (ମହାମେଣ୍ଟ) । ନା ଲଗାତାର ଚତୁର୍ଥଥର ଶାସନ ଗାଦିରେ ରହିବେ ନୀତିଶ । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । କ୍ରିକେଟ୍ ମ୍ୟାଚର ପ୍ରତି ଓଭରରେ ରନ୍ ବଦଳିବା ଭଳି ବିହାର ଭୋଟ୍ ଗଣତି ପ୍ରତି ରାଉଣ୍ଡରେ ବଦଳି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ଥିବା ଆରଜେଡି (ମହାମେଣ୍ଟ) ଏବେ NDA ଠାରୁ ପଛୁଆ ଥିଲେ ବି କଡ଼ା ଟକ୍କର ଦେଉଛି ।

Bihar Election Counting To Be Ends In Late Night

ବିହାର ବିଧାନସଭାର ୨୪୩ଟି ଆସନ ଲାଗି ଭୋଟ୍ ଗଣତି ଚାଲିଛି । ବହୁମତ ହେଉଛି ୧୨୨ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁୟାୟୀ ସନ୍ଧ୍ୟା ୮ଟା ୩୦ ସୁଦ୍ଧା ଦଳଗତ ଭାବେ ବିଜେପି ଆରଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି । ବିଜେପି ୧୯ଟି ଆସନ ଜିତିଥିବା ବେଳେ ୫୫ଟିରେ ଆଗୁଆ ଚାଲିଛି । ସେହିଭଳି ଏନଡିଏର ସହଯୋଗୀ ଦଳ ଜେଡିୟୁ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୩୪ଟି ଆସନରେ ଆଗୁଆ ରହିଛି ।

Bihar Election Counting To Be Ends In Late Night

ବିପକ୍ଷ ମହାମେଣ୍ଟର ଆରଜେଡି ୧୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫୪ଟିରେ ଆଗୁଆ ରହି ଏନଡିଏକୁ କଡ଼ା ଟକ୍କର ଦେଉଛି । କଂଗ୍ରେସ ୭ଟି ଆସନରେ ବିଜୟୀ ହେବା ସହ ୧୩ଟିରେ ଆଗୁଆ ରହିଛି । ବାମମେଣ୍ଟ ୭ଟି ଆସନ ଜିତିଥିବା ବେଳେ ୧୦ଟି ଆସନରେ ଆଗୁଆ ରହିଛି ।

Bihar Election Counting To Be Ends In Late Night

ଭୋଟ୍ ଗଣତି ସହ ପ୍ରତି ମୁହୂର୍ତ୍ତରେ ବଦଳୁଛି ବିହାର ସମୀକରଣ । ସନ୍ଧ୍ୟା ୬ଟା ୩୦ ସୁଦ୍ଧା ପ୍ରାୟ ୩ କୋଟି ଭୋଟ୍ ଗଣନା ସରିଥିବା ବେଳେ ଆହୁରି ୧ କୋଟି ଭୋଟ୍ ଗଣନା ବାକି ରହିଛି । ବିଳମ୍ବିତ ରାତି ଯାଏ ଗଣତି ଜାରି ରହିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଗୋଟିଏପଟେ ଦେଶରେ ଇଣ୍ଡିଆନ୍ ପ୍ରିମୟର୍ ଲିଗ (IPL)କୁ ନେଇ ଖେଳପ୍ରେମୀଙ୍କ ଉତ୍କଣ୍ଠା ଲାଗି ରହିଛି । ଅନ୍ୟପଟେ ବିହାର ପଲଟିକାଲ୍ ଲିଗ (BPL)କୁ ନେଇ ରାଜନେତା ହୁଅନ୍ତୁ କି ସମର୍ଥକ ସମସ୍ତଙ୍କ ଛାତି ଧଡ଼ ଧଡ଼ ହେଉଛି ।

Leave a Reply