ଫେଲ ମାରିଲା ମହାଗଠବନ୍ଧନ ଫର୍ମୁଲା, ବିହାରବାସୀଙ୍କ ଭରସାରେ ବିଜେପି

1 min read

ପାଟଣା: ବିହାରରେ ଫେଲ ମାରିଛି ମହାଗଠବନ୍ଧନ ଫର୍ମୁଲା  । ଏନଡିଆ ଆଗରେ ଧରାସାୟୀ ହୋଇଛନ୍ତି କଂଗ୍ରେସ, ଆରଜେଡି ଓ ବାମଦଳ । ଆରଜେଡି ବିହାରରେ ୭୫ଟି ଆସନ ପାଇ ସବୁଠୁ ବଡ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଢିବାରେ ଫେଲ ମାରିଛି । ଆରଜେଡି ପରେ ବିହାରବାସୀ ବିଜେପିକୁ ଅଧିକ ଭରସା କରିଛନ୍ତି । ବିହାରରେ ବିଜେପି ୭୪ଟି ଆସନ ପକ୍କା କରି ନୀତୀଶଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ବାଟ ଦେଖାଇଛି ।

ତେବେ ଚଳିତ ନିର୍ବାଚନରେ ନୀତୀଶଙ୍କ ପାର୍ଟି ଜେଡିୟୁ ସବୁଠୁ ଖରାପ ପ୍ରଦର୍ଶନ କରିଛି । ଦଳ ଅଧା ଆସନରେ ନିର୍ବାଚନ ଲଢିଥିଲେ ମଧ୍ୟ ୪୩ଟି ଆସନ ପାଇବାରେ ସକ୍ଷମ ହୋଇଛି । ସେହିଭଳି କଂଗ୍ରେସ ୧୯ ଆସନରେ ସୀମିତ ରହି ନିଜର ପରାଜୟର କାରଣ ଖୋଜୁଛି । ବିହାରରେ ଏନଡିଏ ଠାରୁ ଅଲଗା ହୋଇ ନୀତୀଶଙ୍କୁ ସମାଲୋଚନା କରୁଥିବା ଏଲଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି ।

ସେପଟେ ନିଜ ଗଡ ବଞ୍ଚାଇବାରେ ସଫଳ ହୋଇଛି ବାମଦଳ ।  ମହାଗଠବନ୍ଧନ ସହ ସାମିଲ ହୋଇ ୧୪ଟି ଆସନ ହାତେଇଛନ୍ତି  CPI, CPIM, CPI ( ML) । ସେହିଭଳି ଅସଦୁଦ୍ଦିନ ଓୱେସିଙ୍କ AIMIM ପ୍ରାର୍ଥୀ ୫ଟି ଆସନରେ ବିଜୟ ଲାଭ କରିଛନ୍ତି । ୨୦୧୫ ବିଧାନସଭା ନିର୍ବାଚନକୁ ନଜର ପକାଇଲେ ଆରଜେଡି ୫ଟି ଆସନ କ୍ଷତିରେ ପଡିଥିବାବେଳେ ବିଜେପିକୁ ୨୧ଟି ଆସନରେ ଫାଇଦା ମିଳିଛି । ସେହିଭଳି ଜେଡିୟୁ ୨୮ ଆସନ ହରାଇଥିବାବେଳେ କଂଗ୍ରେସ ୮ଟି ଆସନ ଓ ଏଲଜେପି ଗୋଟିଏ ଆସନ ହରାଇଛି ।

Leave a Reply