ବିହାର ବିଧାନସଭାରେ ବାଚସ୍ପତି ଦାୟିତ୍ୱ ନେଲେ ବିଜୟ ସିହ୍ନା

ବିହାର: ବିହାର ନିର୍ବାଚନ ଫଳାଫଳ କେତେ ରୋମାଞ୍ଚକ ହେଲା ତାହା ପୁରା ଦେଶ ଦେଖିଲା । ଏଭଳି ଏକ ଜନମତ ଆସିଲା, ଯାହା ଏକ ସୁସ୍ଥ ଗଣତାନ୍ତ୍ରିକ ଆଲୋଚନା ପାଇଁ ରାସ୍ତା ସଫା କଲା । ସରକାରରେ ୧୨୬ ଓ ବିପକ୍ଷରେ ୧୧୭ ବସିବେ । ଆଲୋଚନାର ତୀବ୍ରତା କିଭଳି ରହିବ ତାହା ଏଇ ଜନମତରୁ ଜଣାପଡ଼ିଛି  । ଏଥରର ସାଧାରଣ ନିର୍ବାଚନ ପରେ ଆଜି ବିଧାନସଭା ଅଧିବେଶନ ନିଜ ବାଚସ୍ପତି ନିର୍ବାଚନ ଶେଷ କରିଛି । ଏନଡିଏ ସମର୍ଥିତ ବିଜୟ କୁମାର ସିହ୍ନାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ସେ ମହାଗଠବନ୍ଧନ ସମର୍ଥିତ ପ୍ରାର୍ଥୀ ବିହାରୀ ଚୌଧୁରୀଙ୍କୁ ହରାଇଛନ୍ତି ।

ବିଜୟ କୁମାର ସିହ୍ନା ସର୍ବମୋଟ୍ ୧୨୬ ଖଣ୍ଡ ଭୋଟ ପାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଥିଲେ । ଗୃହରେ ହଟ୍ଟଗୋଳ ବଢିବାରେ ଲାଗିଥିଲା । ତେଜସ୍ୱୀ ଯାଦବ ସରକାରଙ୍କର ନୈତିକତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଥିଲେ । ହେରାଫେରି କରି ଏନଡିଏ ସରକାରକୁ ଆସିଥିବା ଅଭିଯୋଗ କରିଥିଲେ । ବିରୋଧ ଅଧିକ ତୀବ୍ର ହେବା ହେତୁ ବାଧ୍ୟ ହୋଇ ପ୍ରୋଟେମ୍ ସ୍ପିକର ଜୀତନରାମ୍ ମାଞ୍ଝୀ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଦେଇଥିଲେ ।

Leave a Reply