ଚାଉଳ କ୍ରୟ, ସବସିଡି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା

MSP, Farmer Getting How Much

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭେଟିଲେ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦ । ଉଷୁନା ଚାଉଳ ଉଠାଣ ଓ ସବସିଡି ନେଇ ବୈଠକରେ ଆଲୋଚନା ହୋଇଛି । କେନ୍ଦ୍ରର ବାକିଥିବା ସବସିଡି ରାଶି ୬ ହଜାର ୩୯ କୋଟି ଟଙ୍କା ରାଜ୍ୟକୁ ପୈଠ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

BJD MP Discussed With Minister Piyush Goyal Parboiled Rice Procurement

ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ତୁରନ୍ତ ବାକି ଅର୍ଥ ପଇଠ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏଫସିଆଇ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି ଉପରେ ଆଲୋଚନା କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଆଗକୁ ଆହୁରି ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ । ମୋଟାମୋଟି ଭାବେ ୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ । ସେଥିରୁ ୫୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ବାହାରିବ ।

BJD MP Discussed With Minister Piyush Goyal Parboiled Rice Procurement

ଯେଉଁଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍ ଓଡ଼ିଶା ଖର୍ଚ୍ଚ କରିବ । ଆଉ ୩୧ଲକ୍ଷ ମେଟ୍ରିକ୍ ଟନରୁ ୧୦ ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ନେବ । ବାକି ୨୧ଲକ୍ଷ ମେଟ୍ରିକ ଟନ୍ ଚାଉଳ ରାଜ୍ୟରେ ବୋଝ ହେଉଛି । ଯାହାର ମୂଲ୍ୟ ପାଖାପାଖି ୧୦ହଜାର କୋଟି ଟଙ୍କା  । ଏହି ବଳକା ଚାଉଳ ଏଫସିଆଇ ଉଠେଇବା କଥା  । ହେଲେ ଏହି ଚାଉଳ ନେଉନଥିବାରୁ ବିବାଦ ଦେଖାଦେଇଛି ।

Leave a Reply