୨୪ ବର୍ଷରେ ପାଦ ଥାପିଛି ବିଜେଡି: ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୨୪ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ ।  ଭୁବନେଶ୍ବର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ଗାଁ ଗାଁରେ ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରାଯିବ  । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯିବ । କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ପ୍ରସ୍ତୁତି ।

ଏଥିସହିତ ପଢ଼ନ୍ତୁ: ବିଜେଡିର ନୂଆ ମିଡିଆ ଟିମ୍: ୬ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଓ ୧୪ ପାନେଲିଷ୍ଟଙ୍କୁ ନିଯୁକ୍ତି ଦେଲା ଦଳ

Leave a Reply