ବାଲେଶ୍ୱର ଉପ-ନିର୍ବାଚନ: ପ୍ରାକ୍ ନିର୍ବାଚନୀ ହିଂସା; ୨ ବିଜେଡି କର୍ମୀଙ୍କୁ ବିଜେପିର ମରଣାନ୍ତକ ଆକ୍ରମଣ…

1 min read

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କ ଆକ୍ରମଣରେ ୨ ଜଣ ବିଜେଡ଼ି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଚାନ୍ଦିପୁର ପଞ୍ଚାୟତର ସମିତି ସଭ୍ୟ ଶମ୍ଭୁ ଦଳେଇ ଓ ଚାନ୍ଦିପୁର ବିଜେଡି ପିଏସ ମେମ୍ବର ସଞ୍ଜୟ କୁମାର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି ।

ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ରାତିରେ ଚାନ୍ଦିପୁରର ପୁର୍ବୀ ହୋଟେଲରେ ସମିତିସଭ୍ୟ ଶମ୍ଭୁ ଦଳେଇ ବସିଥିବାବେଳେ, ୧୫ରୁ ୨୦ ଜଣ ବିଜେପି କର୍ମୀ ହୋଟେଲ ଭିତରକୁ ପସିଥିଲେ । ହୋଟେଲର ମ୍ୟାନେଜର ବାରଣ କରିବାରୁ ତାଙ୍କୁ ମାଡ଼ମାରି ରୁମ୍‌ ଭିତରକୁ ପସି ଶମ୍ଭୁ ଦଳେଇ ଓ କୁନା ଗିରିଙ୍କୁ ଆକ୍ରମଣ କରିଥିଲେ ।

ଏଥିସହିତ ସେମାନଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନଙ୍କ ଦ୍ୱାରା ଗୁପ୍ତି ଓ ଖଣ୍ଡାରେ ଆକ୍ରମଣ କରାଯାଇଥିବାରୁ ଶମ୍ଭୁ ଓ କୁନାଙ୍କର ପେଟରେ ଗଭୀର ଆଘାତ ଲାଗିଛି ।

Leave a Reply