ନିରାଶ୍ରୟଙ୍କୁ ସାହାଯ୍ୟ କଲେ ନେବାକୁ ହେବ ବିଏମସିର ଅନୁମତି

BMC New Issued New Guidelines To Help Homeless In City

ଭୁବନେଶ୍ୱର: ଦିଗହରା ହେବାକୁ ଯାଉଛି ଭିକାରୀ ମୁକ୍ତ ସ୍ମାର୍ଟସିଟି ଯୋଜନା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଏମସି । ନିରାଶ୍ରୟ ତଥା ଭିକ୍ଷୁକଙ୍କୁ ରାସ୍ତାକଡ଼ରୁ ଉଠାଇ ଆଶ୍ରୟସ୍ଥଳୀରେ ଥଇଥାନ କରିବାକୁ ପ୍ରୟାସ ଜାରି ରହିଛି । ତେବେ ଏଥିରେ ବାଧକ ସାଜିଛନ୍ତି କିଛି ବ୍ୟକ୍ତି ତଥା ସଙ୍ଗଠନ । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ସେପଟେ ନିରାଶ୍ରୟଙ୍କ ଥଇଥାନ ପାଇଁ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ ହେବ ।

BMC Issued New Guidelines To Help Homeless In City

ବିଏମସି ପାଇଁ ଚ୍ୟାଲେଞ୍ଜ ପାଲଟିଛି ଭିକାରୀ ମୁକ୍ତ ସ୍ମାର୍ଟିସିଟି । ଦିଗହରା ହେବାକୁ ବସିଛି ଯୋଜନା । କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିଏମସି । ପ୍ରଥମେ ଧାର୍ମିକ ଅନୁଷ୍ଠାନ ଓ ପରେ ସମଗ୍ର ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବିଏମସି । ଏଥିପାଇଁ ମହାନଗର ନିଗମ ଅଞ୍ଚଳରେ ସ୍ଥାପନ ହୋଇଛି ଅନେକ ଆଶ୍ରୟସ୍ଥଳୀ । ରାସ୍ତାକଡ଼ରେ ଭିକ୍ଷାବୃତ୍ତି ଉପରେ ଲାଗିଛି କଟକଣା । ଏପରିକି କିଛି ସ୍ୱେଚ୍ଛାସେବୀ ସଙ୍ଗଠନକୁ ଏକ୍ଷେତ୍ରରେ ନିୟୋଜିତ ମଧ୍ୟ କରାଯାଇଛି । ରାସ୍ତାକଡ଼ରୁ ନିରାଶ୍ରୟ ଓ ଭିକ୍ଷୁକଙ୍କୁ ଉଠାଇ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଉଛି । ତଥାପି କେତେକ ସ୍ଥାନରୁ ଏଭଳି ଲୋକମାନେ ସ୍ଥାନ ଛାଡୁନଥିବା ଦେଖିବାକୁ ମିଳୁଛି ।

BMC Issued New Guidelines To Help Homeless In City

କିଛି ସଙ୍ଗଠନ ତଥା ବ୍ୟକ୍ତିବିଶେଷ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ନିର୍ଦ୍ଦିଷ୍ଟ ସମୟରେ ଖାଇବା ସହିତ ବସ୍ତ୍ର ବଣ୍ଟନ କରୁଛନ୍ତି । ଯାହା ଭିକ୍ଷୁକମାନଙ୍କ ମାନସିକତାରେ ପରିବର୍ତ୍ତନ ହେବାରେ ବାଧକ ସାଜିଛି । ତେଣୁ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି । ଏଣିକି ବିଏମସିର ବିନା ଅନୁମତିରେ ବ୍ୟକ୍ତି କିମ୍ବା ସଙ୍ଗଠନ ରାସ୍ତାକଡ଼ର ଭିକ୍ଷୁକଙ୍କୁ ସହାୟତା ଯୋଗାଇ ପାରିବେ ନାହିଁ । ଇଚ୍ଛୁକ ବ୍ୟକ୍ତିମାନେ ଆଶ୍ରୟସ୍ଥଳୀକୁ ଯାଇ ନିଜର ସହାୟତା ଯୋଗାଇ ପାରିବେ । ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବିଏମସି ।

BMC Issued New Guidelines To Help Homeless In City

ତେବେ, ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତି ତଥା ସଙ୍ଗଠନମାନଙ୍କୁ ଭିକାରୀମୁକ୍ତ ସ୍ମାର୍ଟିସିଟି ଗଠନ କରିବା ପାଇଁ ସହଯୋଗ ଲୋଡ଼ା ଯାଇଛି । ବିଏମସିର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆବଶ୍ୟକ ହେଲେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply