ରିଲିଜ ହେଲା ‘ କ୍ଲାସ ଅଫ୍ ୮୩’ର ଜବରଦସ୍ତ ଟ୍ରେଲର, ସାମ୍ନାକୁ ଆସିଲା ରିଲିଜ ତାରିଖ

କରୋନା ମହାମାରୀ କାରଣରୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି ଏବଂ ଏଥିପାଇଁ ସିନେ ନିର୍ମାତାଙ୍କ ବାଣିଜ୍ୟ କାରବାର ମଧ୍ୟ ଠପ୍ ହୋଇଛି । ସାମାଜିକ ଦୂରତା ନିୟମ ଯୋଗୁଁ ସିନେମା ହଲ ଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଅବସ୍ଥାରେ ପଡ଼ି ରହିଛି ଏବଂ ସିନେ ନିର୍ମାତା ଫିଲ୍ମ ଗୁଡ଼ିକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରୁଛନ୍ତି । ନିକଟରେ ବବି ଦେଓଲଙ୍କ ଅଭିନୀତ ଫିଲ୍ମ ‘ କ୍ଲାସ ଅଫ୍ ୮୩’ର ଟ୍ରେଲର ରିଲିଜ ହୋଇ ସାରିଛି । ତେବେ ଏହି ଫିଲ୍ମ ମାଧ୍ୟମରେ ବବି ଦେଓଲ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ବବିଙ୍କୁ ଜଣେ ଆଇପିଏସ୍ ଅଫିସର ଚରିତ୍ରରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହି ଫିଲ୍ମ ଶାହାରୁଖ ଖାନଙ୍କ ରେଡ୍ ଚିଲ୍ଲୀଜ୍ ଏଂଟରଟନେମଂଟ ବ୍ୟାନରରେ ନିର୍ମାଣ କରାଯାଇଛି । ଏହା ନେଟଫ୍ଲିକ୍ସରେ ୨୧ ଅଗଷ୍ଟକୁ ରିଲିଜ ହେବାକୁ ଯାଉଛି । ଫିଲ୍ମ ‘ କ୍ଲାସ ଅଫ୍ ୮୩’ର ଟ୍ରେଲର ଦମଦାର ହୋଇଛି । ଦର୍ଶକ ବବି ଦେଓଲଙ୍କୁ ପୋଲିସ ଅଫିସର ଚରିତ୍ରରେ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମରେ ବବିଙ୍କୁ ଜଣେ ବୀର ପୋଲିସ୍ ଅଫିସର ଭୂମିକାରେ ଦେଖିବାକୁ ମିଳିବ । ଯିଏ ନାଶିକ୍ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇ ଭ୍ରଷ୍ଟାଚାରୀ ମାନଙ୍କୁ ଦଣ୍ଡ ଦେବାକୁ ଠାଣି ନେଇଥିବେ । ଏଥିପାଇଁ ସେ ଏକ ଯୋଜନା କରି ନିଜେ ମଧ୍ୟ ତାହାର ଶୀକାର ହୋଇଛନ୍ତି । ତେବେ ଫିଲ୍ମରେ ବବି କିଭଳି ଅଭିନୟର ଜଲଓ୍ୱା ଦେଖାଉଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply