ପୋଖରୀରୁ ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ଼, କାଲି ମିଳିଥିଲା କଟା ମୁଣ୍ଡ

Body Parts Of Missing Gramasathi Rescued From Pond Of Sundergarh

ସୁନ୍ଦରଗଡ଼: ଗ୍ରାମସାଥୀଙ୍କୁ ବିଭତ୍ସ ହତ୍ୟା । ଅତ୍ୟନ୍ତ ଅମାନୁଷିକ ଭାବେ ଗ୍ରାମସାଥୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଖରୀରେ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ । ନିଖୋଜ ନେଇ ଅଭିଯୋଗ ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ମରଶରୀର ଅଂଶ । ଭବାନୀପୁର ପୋଖରୀରୁ ନିଖୋଜ ଗ୍ରାମସାଥୀଙ୍କ ଗଣ୍ଡି, କଟାମୁଣ୍ଡ, ଗୋଟିଏ କଟା ଗୋଡ଼ ଓ ୨ଟି କଟା ହାତ ଶୁକ୍ରବାର ଉଦ୍ଧାର କରାଯାଇଥିଲା । ଶନିବାର ଆଉ ଗୋଟିଏ କଟା ହାତ ମିଳିଛି ।

Body Parts Of Missing Gramasathi Rescued From Pond Of Sundergarh

କିରେଇ ପଞ୍ଚାୟତର ଗ୍ରାମସାଥୀ ଭାବେ କାର୍ଯ୍ୟ କରୁଥିବା ରମେଶ ସିଂ ଗତ ୧୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ । ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ୧୪ ସନ୍ଧ୍ୟାରେ ଭବାନୀପୁର ପୋଖରୀରୁ ରମେଶଙ୍କ ଶରୀର କିଛି ଅଂଶ ମିଳିଥିଲା । ପରେ ରମେଶଙ୍କ ଶରୀରର ଅନ୍ୟ ଅଂଶ ଉଦ୍ଧାର କରାଯାଇଛି । ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Body Parts Of Missing Gramasathi Rescued From Pond Of Sundergarh

ତେବେ, କିଏ ଓ କାହିଁକି ରମେଶଙ୍କୁ ହତ୍ୟା କଲା ? ପୋଲିସ ଅଭିଯୁକ୍ତଙ୍କ ପାଖରେ ଏଯାବତ୍ ପହଞ୍ଚି ପାରିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରମେଶଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ରମେଶଙ୍କୁ ବିଭତ୍ସ ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave a Reply