ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ‘ହଳଦୀ’ ଜବତ , ୨ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର । ସହିଦନଗର ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ୍ ସ୍କ୍ବାଡ । ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଉଛି ।

ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ହେଉଛନ୍ତି ପୁରୁଣା ବେପାରୀ  । ବହୁଦିନ ହେବ ସେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ । ଅଭିଯୁକ୍ତଙ୍କ ଘର ପୁରୀ ହୋଇଥିବା ବେଳେ ସେ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରୁଥିଲେ । କିଭଳି ସେମାନେ ପୋଲିସ୍ ଆଖିରେ ଧୁଳି ଦେଇପାରିବେ ସେ ବିଭିନ୍ନ କୌସଳ ଉପଯୋଗ କରି ବ୍ରାଉନ ସୁଗାର ବିକ୍ରି କରୁଥିଲେ ।

ପୂର୍ବରୁ ଜବତ ହେଉଥିବା ବ୍ରାଉନ ସୁଗରର କୋର୍ଡ ୱାର୍ଡ ରସୁଣ ରଖୁଥିବା ବେଳେ ଏଥର ଜବତ ହୋଇଥିବା ବ୍ରାଉନ ସୁଗରର କୋର୍ଡୱାର୍ଡ୍ ହଳଦି ରଖିଥିଲେ । ଏହି ବ୍ରାଉନ ସୁଗରକୁ ହଳଦିଆ ରଙ୍ଗର କାଗଜରେ ପ୍ୟାକ୍ କରି ‘ହଳଦୀ’ କୋର୍ଡୱାର୍ଡ ନାଁରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

Leave a Reply