ଲକଡାଉନ୍ ରିହାତି: ସର୍ତ୍ତ ସହ CBSE, ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଅନୁମତି

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିବା ବେଳେ ପରୀକ୍ଷା ହେବ । ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଗ୍ରୀନ୍ ସିଗନାଲ ଦେଇଛି । ସିବିଏସଇ ଓ ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ।

ଏନେଇ ଗହ ବିଭାଗ ଅନୁମତି ଦେଇଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ଏବେ ପରୀକ୍ଷା ହେବା ଚାହୁଁଥିବାରୁ ଏ ନିଷ୍ପତ୍ତି ନିଆଯାଇଛି । ତେବେ, ପରୀକ୍ଷା ବେଳେ କେତକ ବିଶେଷ ଦିଗକୁ ଧ୍ୟାନ ଦେବାକୁ ପଡ଼ିବ । ଏନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ।

୧) କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା ହେବନାହିଁ

୨) ଶିକ୍ଷକ, କର୍ମଚାରୀ ଓ ପରୀକ୍ଷାର୍ଥୀ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ

୩) ପରୀକ୍ଷା ସେଣ୍ଟରରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ହେବ । ସାନିଟାଇଜର ଉପଲବ୍ଧ କରାଇବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ

୪) ଏକାଧିକ ବୋର୍ଡର ପରୀକ୍ଷା ହେବାକୁ ଥିବାରୁ ଏହା ପର୍ଯ୍ୟାୟ ଭିତ୍ତିକ ହେବ

୫) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିବେ

ତେବେ, ଗୃହ ମନ୍ତ୍ରାଳୟ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ସିବିଏସଇ ଓ ଆଇସିଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।

Leave a Reply