ଦ୍ରୁତଗତିରେ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ: ସିସି ଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ

ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥରେ ଦ୍ରୁତ ଗତିରେ ଚଳାଇପାରିବେନି ଗାଡ଼ି । ବେପାରୁଆ ଭାବେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ  । କାରଣ ଜାତୀୟ ରାଜପଥରେ ଗାଡ଼ିର ସ୍ପିଡ୍‌ ଜଗିବ ସିସିଟିଭି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ପାଣିକୋଇଲିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି କ୍ୟାମେରା।

ଜାତୀୟ ରାଜପଥରେ ଆପଣ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି କି  ? ତେବେ ହୋଇଯାନ୍ତୁ ସାବଧାନ  । ଆବଶ୍ୟକ ଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ଜରିମାନା । କାରଣ ସିସିଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟସରକାର । ପ୍ରଥମ ପର୍ଯ୍ୟାୟରେ ପାଣିକୋଇଲିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି କ୍ୟାମେରା । ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେବଳ ସେତିକି ନୁହେଁ କଟକ ଓ ଭୁବନେଶ୍ବରରେ ସିସିଟିଭି ଲଗାଇବା ପ୍ରକ୍ରିୟା ଜାରି ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏହାସହ ମାର୍ଚ୍ଚ ମାସରେ ଡବଲ ହେଲମେଟ, ରଙ୍ଗ ରୁଟରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ପାଇଁ କଡ଼ାକଡ଼ି ଚେକିଂ କରାଯିବ ।

୨୦୨୦ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି । ବର୍ଷକୁ ୮୭୨ ଜଣ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି  । ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଆଜି ଜିଲ୍ଲାମାନଙ୍କରେ ମୃତ୍ୟୁହାର ବଢିବାରେ ଲାଗିଛି  । ସଡ଼କ ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେକିଂ କଡ଼ାକଡ଼ି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର  । କୋଭିଡ ସମୟରେ ଦୁର୍ଘଟଣା କମିବା ପରିବର୍ତ୍ତେ ବଢିଛି  । ଏଣୁ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପରିବହନ ବିଭାଗ  ।

ଏଥିସହିତ ପଢ଼ନ୍ତୁ: ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

Leave a Reply