କେନ୍ଦ୍ରର ନୂଆ ନିୟମ, ରାସ୍ତାରେ ଗାଡ଼ି ଅଟକାଇ ମାଗିପାରିବେନି ଡକ୍ୟୁମେଣ୍ଟ…

1 min read

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ରେ ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ଦ୍ୱାରା ସ୍ଥିରିକୃତ ନୂଆ ମୋଟର ଯାନ ନିୟମ ୧ ଅକ୍ଟୋବର ୨୦୨୦ ରୁ କାର୍ଯ୍ୟକାରୀ ହେବ | ମନ୍ତ୍ରଣାଳୟ ଅନୁଯାୟୀ, ଆଇଟି ସେବା ଏବଂ ଇଲେକ୍ଟ୍ରୋନିକ୍ ମନିଟରିଂ ମାଧ୍ୟମରେ ଟ୍ରାଫିକ୍ ନିୟମକୁ ସମଗ୍ର ଦେଶରେ ଉତ୍ତମ ରୂପେ କାର୍ଯ୍ୟକାରୀ କରାଯାଇପାରିବ । ନୂତନ ନିୟମ ଅନୁଯାୟୀ, କେବଳ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ରାସ୍ତାରେ କୌଣସି ଯାନକୁ ଅଟକା ଯାଇପାରିବ ନାହିଁ । ଏହାଦ୍ୱାରା ଲୋକମାନେ ସମସ୍ୟା ଏବଂ ଲଜ୍ଜାରୁ ମୁକ୍ତି ପାଇବେ ।

ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଯାନର କାଗଜପତ୍ର କମ୍ କିମ୍ବା ଅସମ୍ପୂର୍ଣ୍ଣ ଥିବ, ତେବେ ଏହାର ପଞ୍ଜୀକରଣ ନମ୍ବର ମାଧ୍ୟମରେ ଡକ୍ୟୁମେଣ୍ଟଗୁଡିକ ଅନ୍‌ଲାଇନ୍‌ରେ ଯାଞ୍ଚ କରାଯାଇପାରିବ ଏବଂ ଇ-ଚାଲାଣ ପଠାଯିବ । ଅର୍ଥାତ୍, ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ଫିଜିକାଲ୍‌ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଫିଜିକାଲ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ନାହିଁ ତେବେ କେମିତି ଜଣାପଡ଼ିବ ଗାଡ଼ିର କାଗପତ୍ର ସଠିକ୍‌ ଅଛି କି ବୈଧତା ଶେଷ ହୋଇଛି ।

ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଲାଇସେନ୍ସ ଅଥରିଟି ପକ୍ଷରୁ ଅଯୋଗ୍ୟ କିମ୍ବା ରଦ୍ଦ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ବିବରଣୀ ପୋର୍ଟାଲରେ ରେକର୍ଡ ରହିବ । ଯାହା ସମୟ ସମୟରେ ଅପଡେଟ୍ ହେବ। ଏହି ଅପଡେଟ୍ ଡାଟା ପୋର୍ଟାଲରେ ସ୍ପଷ୍ଟ ଜଣାପଡ଼ିବ | ଯଦି କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍‌ଲାଇନ୍ ମାଧ୍ୟମରେ ଜାଣିପାରିବେ ଯେ, ଗାଡ଼ିର ସମସ୍ତ ଡକ୍ୟୁମେଣ୍ଟ ଠିକ୍‌ ରହିଛି । ତେବେ ଯାଞ୍ଚ ପାଇଁ ଫିଜିକାଲ ଡକ୍ୟୁମେଣ୍ଟ ଦାବି କରିପାରିବେ ନାହିଁ । ଏଥିରେ ଏହା ମଧ୍ୟ ଉପଲବ୍ଧ ହେବ ଯେ, କେଉଁ ଡ୍ରାଇଭର ନିୟମ ଉଲଂଘନ କରିଛି ଏବଂ କେଉଁ ଡକ୍ୟୁମେଣ୍ଟ ଜବତ କରାଯିବ ।

Leave a Reply