ମେ’ ୩ରେ ଉଠିବନି ଲକଡାଉନ୍, ୧୭ ମେ ପର୍ଯ୍ୟନ୍ତ ବଢିଲା ଅବଧି

1 min read

ନୂଆଦିଲ୍ଲୀ: ଲକଡାଉନ୍ ଅବଧିକୁ କେନ୍ଦ୍ର ସରକାର ପୁଣି ଥରେ ବଢାଇ ଦେଇଛନ୍ତି । ୩ ମେ’ରେ ସରୁଥିବା ଲକଡାଉନ୍ ୨.୦କୁ କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ଫଳରେ ଲକଡାଉନର ତୃତୀୟ ପର୍ଯ୍ୟାୟ ମେ’ ୪ରୁ ଆରମ୍ଭ ହୋଇ ୧୭ ମେ’ ପର୍ଯ୍ୟନ୍ତ ଚାଲିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଏହି ଘୋଷଣା କରାଯାଇଛି । ରେଡ୍ ଜୋନରେ ଥିବା ଜିଲ୍ଲା ଓ ସହରରେ କରୋନ ସଂକ୍ରମଣ କମୁନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଗୃହମନ୍ତ୍ରଣାଳୟ ଏନେଇ ଗାଇଡ୍ ଲାଇନ୍ ଜାରି କରିବେ । ତେବେ ମେ’ ୧୭ ପର୍ଯ୍ୟନ୍ତ ରେଳ ଓ ବିମାନ ଚଳାଚଳ ବନ୍ଦ ରହିବ । କିନ୍ତୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯାତ୍ରା କରିବ ।  ତେବେ ଆବଶ୍ୟକୀୟ ସେବା ପୂର୍ବଭଳି ଜାରି ରହିବ ।ସଂପୂର୍ଣ୍ଣ ଦେଶରେ ୧୪୪ ଧାରା ଲାଗୁ ରହିବ । ରେଡ୍ ଜୋନ୍ ପାଇଁ କୌଣସି ରିହାତି ନାହିଁ । ଦେଶରେ ଏବେ ମୋଟ ୧୩୦ ରେଡ୍ ଜୋନ୍ ରହିଛି ।

ଗ୍ରୀନ ଜୋନ୍ କଣ ?

ଯେଉଁ ଅଂଚଳରେ ଗତ ୨୧ ଦିନ ଧରି କୋରନା ସଂକ୍ରମଣର ନୂଆ ମାମଲା ଆସିନାହିଁ ତାହାକୁ ଗ୍ରୀନ ଜୋନ୍ ଭାବେ ଗଣାଯିବ ।

ଗ୍ରୀନ ଜୋନ ରିହାତି: ଏହି ଜୋନରେ ୫୦ ପ୍ରତିଶତ ବସ ରାସ୍ତାରେ ଯାତ୍ରା କରିପାରିବେ । ଚାରି ଚକିଆ ଯାନରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଯାଇ ପାରିବେ । ଅର୍ଥାତ ମୋଟ ଦୁଇ ଜଣ ଯାତ୍ରା କରିପାରିବେ । ଦୁଇ ଚକିଆରେ ଜଣେ ବ୍ୟକ୍ତି ଯାଇ ପାରିବେ ।

କ’ଣ ଖୋଲିବ ନାହିଁ ?

ସ୍କୁଲ,କଲେଜ୍,ମଲ କିମ୍ବା ସପିଂ କମ୍ପ୍ଲେକ୍ସ ଖୋଲିବ ନାହି । ଦେଶରେ ୧୪୪ ଧାରା ଲାଗୁ ରହିବ । ଯାହାର ଅର୍ଥ ହେଉଛି ୪ରୁ ଅଧିକ ବ୍ୟକ୍ତି ଏକାଠି ହୋଇ ପାରିବେ ନାହିଁ ।

କିଏ ଘରୁ ବାହାରି ପାରିବେ ନାହିଁ ? 

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ବୟସର ପିଲା ଘରୁ ବାହାରକୁ ବାହାରି ପାରିବେ ନାହିଁ ।

ଇ-କମର୍ସକୁ ଅନୁମତି

ଗ୍ରୀନ ଓ ଅରେଂଜ୍ ଜୋନରେ ଇ-କମର୍ସକୁ ରିହାତି ମିଳିଛି ।ଏହି ଜୋନରେ ଏବେ ଅନଲାଇନ୍ ସପିଂ ମାଧ୍ୟମରେ ଅଣ ଜରୁରୀ ସାମଗ୍ରୀ ମଧ୍ୟ ବିତରଣ ହୋଇପାରିବ ।

ରେଡ୍ ଜୋନରେ କଣ ଖୋଲା ରହିବ ?

ରେଡ୍ ଜୋନରେ ବଡ ସଂଖ୍ୟାରେ ଅନ୍ୟ ଗତିବିଧି ପାଇଁ ଅନୁମତି ରହିବ । ଗ୍ରାମୀଣ କ୍ଷେତ୍ରରେ ସବୁ ଶିଳ୍ପ ଗତିବିଧି ଓ ନିର୍ମାଣ କାର୍ଯ୍ୟ,ଯେଉଁଥିରେ ମନରେଗା,ଖାଦ୍ୟ ପ୍ରକ୍ରୀୟାକରଣ ଓ ଇଟା ଭାଟି ଚାଲି ପାରିବ ।

ଆଗରୁ ଲକଡାଉନ୍ ସଂକ୍ରାନ୍ତିୟ ନିଷ୍ପତ୍ତି ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରୁଥିଲେ । କିନ୍ତୁ ଏଥରକ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଦ୍ୱାରା ଲକଡାଉନ୍ 3.0 ବାବଦରେ କୁହାଯାଇଛି ।

Leave a Reply