ହଟିଲା ବାଇ ଲ, ଜଳିଲା ଦୀପ

1 min read

ପୁରୀ: ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପରେ ସେବାୟତ ମହଲରେ ଖେଳିଯାଇଛି ଖୁସିର ଲହରୀ । ଭକ୍ତଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେଲେ ବୋଲି କହିଛନ୍ତି ସେବାୟତ ।

ସେପଟେ କରୋନା ସମୟରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଯେତେବେଳେ ସୁପ୍ରିମକୋର୍ଟର ଆଇନରେ ଛନ୍ଦି ହୋଇଥିଲା ସେ ସମୟରେ ମଧ୍ୟ ମହାପ୍ରଭୁ ନିଜ କରିସ୍ମା ଦେଖାଇଥିଲେ ବୋଲି ସେବାୟତ କହିଛନ୍ତି । ଏହାକୁ ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରେ ସେବାୟତ ମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି ।

ସେପଟେ ଗୋଟିଏ ଦିନ ପୂର୍ବରୁ ଜାତୀୟ ସ୍ମାରକୀ ପ୍ରାଧିକରଣ ଶ୍ରୀମନ୍ଦିର ପାଇଁ ଜାରି ନିର୍ଦେଶନାମା ଜାରିକରିଥିବା ବେଳେ ଏହି ନିର୍ଦ୍ଦେଶନାମାକୁ ରାଜ୍ୟରେ କରାଯାଇଥିଲା ପ୍ରବଳ ବିରୋଧ । ଶାସକ ଠୁ ବିରୋଧି ସମସ୍ତେ ଓଡିଶାର ପ୍ରାଣର ପବିତ୍ର ସ୍ଥାନ ଶ୍ରୀକ୍ଷେତ୍ର ପାଇଁ ଭିଡିଥିଲେ ଅଣ୍ଟା । ଶେଷରେ ଆଜି ଉଭୟ ବିଜେଡ଼ି ଏବଂ ବିଜେପିର ସାଂସଦଗଣ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ପରେ ନିର୍ଦ୍ଦେଶକୁ ପ୍ରତ୍ୟାହୃତ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହାପରେ ଜଗନ୍ନାଥଙ୍କ ପ୍ରେମୀଙ୍କ ମନରେ ଖେଳିଥିଲା ଅକୁଣ୍ଠ ଉତ୍ସାହ ।

Leave a Reply