ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CMNaveen Patnaik

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭର୍ଚୁଆଲରେ ଲୋକାର୍ପଣ କରିଛନ୍ତି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ପାର୍କ ଖୋଲିବ । ଅଗ୍ନିଶମ ବିଭଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରେ ସେ ସବୁ ପ୍ରଦର୍ଶନ କରାଯିବ ।

Fire Park

ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଉପସ୍ଥିତ ରହିଥିଲେ । ଲୋକଙ୍କ ଆୱାରନେସ୍‌ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ନିଆଁ ଲାଗିଲେ କିଭଳି ଏହାକୁ ମୁକାବିଲା କରାଯିବ, ସେ ନେଇ ଶିକ୍ଷା ଦିଆଯିବ । ପୂର୍ବରୁ ‘ଅଗ୍ନିଶମ ସେବା’ ନାମରେ ଏକ ପୋର୍ଟାଲ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଇଥିଲା । ଏହାବାଦ୍‌ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଜନସାଧାରଣଙ୍କ ମତାମତ ନେଇ ଏହାକୁ ଆହୁରି ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ସେବା ସଂସ୍ଥାକୁ ‘ମୋ ସରକାର’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଫାୟାର ପାର୍କ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏଭଳି କରାଯାଇଛି । ଅଗ୍ନିଶମ ବିଭାଗର ବିଭିନ କାର୍ଯ୍ୟ ଦକ୍ଷତା, ସଫଳତା, ଡ଼କ୍ୟୁମେଣ୍ଟରିରେ ଲୋକଙ୍କୁ ଅବଗତ କରାଯିବ ।

ସେହିପରି ରାମଚଣ୍ଡୀରେ ଲାଇଫ ଗାର୍ଡ ସ୍କିଲ ଜାତୀୟ ସ୍ତରୀୟ ଟ୍ରେନିଂ ସେଣ୍ଟର ଖୋଲାଯିବ । ଓଡିଶା ଷ୍ଟେଟ୍‌ ଲାଇଭ୍‌ଗାର୍ଡ ଇନ୍‌ଷ୍ଟିଚ୍ୟୁଟ ରାମଚଣ୍ଡୀରେ ଖୋଲାଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି ।

Leave a Reply