ଚାଷୀ, ମିଶନ ଶକ୍ତି ଓ MSMEକୁ ଋଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

1 min read
https://nandighoshatv.com/wp-content/uploads/2021/01/Odisha-Best-In-Country-In-Startup-Policy-Says-Naveen-Patnaik-4.jpg

ଭୁବନେଶ୍ୱର: କୃଷକ, ମିଶନ ଶକ୍ତି ଓ MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ MSME ମାନେ ହିଁ ଆମର ଲକ୍ଷ ଲକ୍ଷ ଉଦ୍ୟୋଗୀ । ସେମାନଙ୍କୁ ନିଜ ଗୋଡରେ ଠିଆ କରିବାକୁ ହେଲେ ଋଣ ହିଁ ପ୍ରଥମ ଆବଶ୍ୟକତା ।

ମଙ୍ଗଳବାର ରାଜ୍ୟର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲା ଓ ବ୍ୟାଙ୍କର ମାନଙ୍କୁ ପ୍ରଶଂସା କରିବା ସହ ଖରାପ ପ୍ରଦର୍ଶନ ଜିଲ୍ଲା ଓ ବ୍ୟାଙ୍କର ମାନଙ୍କୁ ଋଣ ପ୍ରଦାନ ତ୍ୱରିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ମାନଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଓଡିଶା ଆଜି ସଫଳତାର ସହ କୋଭିଡ୍‌ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି । ଟିକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ୱାଗତ କରୁଛୁ । ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ । କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply