ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ଫନି ପ୍ରଭାବିତଙ୍କୁ ସ୍ୱତନ୍ତ୍ର PMAY-Gରେ ଘର ଯୋଗାଇବାକୁ ଦାବି

1 min read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଓ୍ୱାଇ-ଜି) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ।ପତ୍ରରେ ସେ ସମସ୍ତ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।  ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ  ସ୍ୱତନ୍ତ୍ର ପିଏମଓ୍ୱାଇ(ଜି) ଯୋଜନାରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶା ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାର ୭ ଲକ୍ଷ ୮୭ ହଜାର ଘରକୁ ଜିଓ ଟ୍ୟାଗ୍ ଓ ଆଧାର ଯୁକ୍ତ କରିଛନ୍ତି । ଏହି ହିତାଧିକାରୀଙ୍କୁ  ପିଏମଏୱାଇ(ଜି)  ଯୋଜନାରେ ସାମିଲ କରାଯାଇ ପାରିବ । ଏହାଦ୍ୱାରା  ଫନି ପ୍ରଭାବିତ ପରିବାରଙ୍କୁ ବାସଗୃହ ମିଳିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀ ମିଳି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ଅନ୍ୟ ୧୬ ଜିଲ୍ଲାର  ଯେଉଁ ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ତାଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିବା କଥା ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି ୬ ଲକ୍ଷ ପରିବାରକୁ ପିଏମୱାଇ ଯୋଜନାରେ ଘର ଯୋଗାଇ ଦେବା ଦ୍ୱାରା ସମସ୍ତଙ୍କ ପାଇଁ ସୁରକ୍ଷିତ ଘର ଲକ୍ଷ୍ୟ ହାସଲ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମତାମତ ଦେଇଛନ୍ତି । ଭାରତ ସରକାରଙ୍କ ଗ୍ରାମ ବିକାଶ ମନ୍ତ୍ରଣାଳୟକୁ ଏହି ୧୬ ଜିଲ୍ଲାର ୬ ଲକ୍ଷ ଘରକୁ  ଜିଓ ଟ୍ୟାଗ୍ କରିବା ନିମନ୍ତେଇଁ ଆବାସ ୱିଣ୍ଡୋ ଓ ମୋବାଇଲ୍ ଆପ୍ ଖୋଲିବା ନେଇ ନବୀନ ଚିଠିରେ ଦାବି କରିଛନ୍ତି । ଫଳରେ ’ସାଇକ୍ଲୋନ ଫନି’ରେ ପ୍ରଭାବିତ ହୋଇନଥିବା ଲୋକେ ଆବେଦନ କରିପାରିବେ । କାରଣ ଅଣଫନି ପ୍ରଭାବିତ ଜିଲ୍ଲାରେ ୬.୦୭ ଲକ୍ଷ ଲୋକେ ପିଏମଏୱାଇରୁ ବାଦ୍ ପଡ଼ିଛନ୍ତି ।

 

Leave a Reply