ଲୋକସେବା ଭବନ ସହ ଯୋଡ଼ି ହେଲା ୨୪୭ଗୋଟି କାର୍ଯ୍ୟାଳୟ

1 min read
CM Directs To Take Action If Private Hospital Taking Extra Money For Covid Treatment

ଭୁବନେଶ୍ୱର: ରାଜ୍ୟରେ ସଫଳ ହେଉଛି 5T କାର୍ଯ୍ୟକ୍ରମର ରୂପାୟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ନେଟୱର୍କିଂ ସିଷ୍ଟମ ବିଭାଗ ସହ ସ୍ଥାନୀୟ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଯୋଗାଯୋଗ କରିବ ।

ଗ୍ରାମ୍ୟ ଉନ୍ନୟନ ପାଇଁ ଦୈନିକ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ବିଭାଗର ନିଜସ୍ୱ ନେଟୱର୍କିଂ ସିଷ୍ଟମ ଆରଡି ଏମପିଏଲ୍ଏସ୍ ନେଟୱର୍କ କାର୍ଯ୍ୟକ୍ଷମ ରହିବ । ଏହି ନେଟୱର୍କ ଜରିଆରେ ଲୋକସେବା ଭବନର ସମସ୍ତ ଅଫିସ୍ ଠାରୁ ନେଇ ଉପଖଣ୍ଡ ଅଫିସ୍ ନିରବଚ୍ଛିନ୍ନ ଭାବେ ସଂଯୋଗ ହୋଇ ରହିବ । 5T କାର୍ଯ୍ୟକ୍ରମର ରୂପାୟନ ଦିନରେ ଗ୍ରାମୀଣ ବିକାଶ ବିଭାଗର ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ନେଟୱର୍କ ଜରିଆରେ ଗ୍ରାଉଣ୍ଡରେ ୱେବ୍ ବେସଡ୍ ଆପ୍ଲିକେସନ୍ 5T ଅଧିନରେ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲାଗି କାର୍ଯ୍ୟ କରିବ । ଏହା କାର୍ଯ୍ୟର ତଦାରଖ ଓ ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ପୂର୍ବରୁ ବିଭାଗ ଆରେ ଅଫ୍ ସର୍ଭିସ୍, ମେଣ୍ଟେନାନ୍ସ ମ୍ୟାନେଜମେଣ୍ଟ, କାର୍ଯ୍ୟ ଓ ଖାତା ପରିଚାଳନା, ଆର୍ଥିକ ପରିଚାଳନା ଆଦି କାର୍ଯ୍ୟ ଅନଲାଇନରେ କରୁଛି । 5T କାର୍ଯ୍ୟକ୍ରମରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ୧ ଲକ୍ଷ କିଲୋମିଟର ଗ୍ରାମ୍ୟ ସଡ଼କ, ୬୦ ଲକ୍ଷ ସ୍କୋୟାର ମିଟର ଅଞ୍ଚଳ, ୧୪୦୦ ବ୍ରିଜ୍ ନିର୍ମାଣ ରିଥିବା ବେଳେ ୬୦୦ ପୋଲ ନିର୍ମାଣ ଜାରି ରହିଛି । ଏହି ବ୍ୟବସ୍ଥା ଏସବୁ ଭିତ୍ତିଭୂମିର ରକ୍ଷଣାବେକ୍ଷଣର ଅନୁଧ୍ୟାନରେ ସହାୟକ ହେବ । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ନେଇ ବିଭାଗ କାମ କରୁଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଉନ୍ନୟନ କମିଶନର ପି.କେ. ଜେନା ସ୍ୱାଗତ କରିଥିବା ବେଳେ ଆରଡିର ଇଆଇସି ଧନ୍ୟବାଦ ଦେଇଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଏସ୍ ଫରେଷ୍ଟ, ବିଏସଏନଏଲ ସିଜିଏମ୍ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲାସ୍ତରର ଅଧିକାରୀ ସାମିଲ୍ ହୋଇଥିଲେ ।

Leave a Reply