ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଶିବସେନାର ପ୍ରସ୍ତୁତି: ଅସହମତି ପ୍ରକାଶ କଲା କଂଗ୍ରେସ

ନାଗପୁର: ମହାରାଷ୍ଟ୍ରରେ ଗଠିତ ମେଣ୍ଟ ସରକାର ମହାବିକାଶ ଅଘାଡ଼ି ଭିତରେ ମତାନ୍ତର ଦେଖିବାକୁ ମିଳିଛି ।ମହାରାଷ୍ଟ୍ରର ଔରଙ୍ଗବାଦର ନାମ ପରିବର୍ତ୍ତନ କରି ସାମ୍ଭାଜୀ ନଗର କରିବାକୁ ଦାବି କରୁଥିବା ବେଳେ ଏହାକୁ ନେଇ ଅସହମତି ପ୍ରକାଶ କରିଛି ସହଯୋଗୀ କଂଗ୍ରେସ । କମନ୍ ମିନିମନ୍ ପୋଗ୍ରାମ ଆଧାରରେ ହିଁ ସରକାର ସମସ୍ତ ନିର୍ଣ୍ଣୟ ନିଅନ୍ତୁ । ଏବଂ ସମସ୍ତ ନିଷ୍ପତ୍ତି ସର୍ବାସମ୍ମତି କ୍ରମେ ହେଉ ବୋଲି କଂଗ୍ରେସ କହିଛି ।

ପ୍ରସଂଗ ଦୃଷ୍ଟିରୁ ପ୍ରକାଶ ଯୋଗ୍ୟ ଯେ, ଶିବସେନା ଦୀର୍ଘଦିନ ହେଲା ଔରଙ୍ଗାବାଦର ନାମ ବଦଳାଇ ସମ୍ଭାଜୀ ନଗର କରିବାକୁ ଦାବି କରିଆସୁଛନ୍ତି । ଏନଡିଏ ସରକାରେ ଅଂଶୀଦାର ଥିବା ବେଳକୁ ଏହି ଦାବି କରିଆସୁଛି ଶିବସେନା । କିଛି ଦିନ ପୂର୍ବେ ମହାରାଷ୍ଟ୍ର ପ୍ରଶାସନ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଥିଲେ । ଯାହାକୁ ନେଇ ଆପତ୍ତି ଉଠାଇ କହିଛି ଯେ, କେବଳ ନାମ ବଦଳାଇଦେଲେ ଔରଙ୍ଗାବାଦର ବିକାଶ ହେବନାହିଁ ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ବାଲା ସାହେବ ଥୋରାଟ୍ ଔରଙ୍ଗାବାଦ ଗସ୍ତରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ କହିଛନ୍ତି ଯେ, ମହାବିକାଶ ଅଘାଡ଼ିର ଗଠନ ଏକ କମନ୍ ମିନିମମ୍ ପୋଗ୍ରାମ ଆଧାରରେ ହୋଇଛି । ଆମର ସମସ୍ତ ନିଷ୍ପତ୍ତି ଏହି ପୋଗ୍ରାମ ଆଧାରରେ ହେବା ଆବଶ୍ୟକ । ଔରଙ୍ଗାବାଦର ନାମ ବଦଳାଇବା ନେଇ ବର୍ତ୍ତମାନ କୌଣସି ପ୍ରସ୍ତାବ ମହାବିକାଶ ଅଘାଡ଼ିକୁ ଆସିନାହିଁ । ଯଦି ଏଭଳି କୌଣସି ପ୍ରସ୍ତାବ ଆସେ ତେବେ ଆମେ ଏହାକୁ ବିରୋଧ କରିବୁ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ସୁବିଧା, ମିସଡ କଲ କଲେ ଘରେ ପହଁଚିବ ଗ୍ୟାସ

 

Leave a Reply