କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ନିଧନ,ଟିଭି ଡିବେଟ୍ ପରେ ହୃଦଘାତରେ ମୃତ୍ୟୁ

1 min read
rajeev gandhi

ନୂଆଦିଲ୍ଲୀ: ଭାରତୀୟ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ନିଧନ ହୋଇଯାଇଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ବୁଧବାର ସଂଧ୍ୟା ବେଳେ ଗୋଟିଏ ଟିଭି ଡିବେଟରେ ଭାଗ ନେବା ପରେ ରାଜୀବଙ୍କର କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ରିପୋର୍ଟ ଅନୁସାରେ  ତାଙ୍କ ଦେହ ଅସୁସ୍ଥ ହେବାକୁ ତାଙ୍କୁ ଗାଜିଆବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । କଂଗ୍ରେସ ସଚିବ ଡ.ବିନୀତ ପୁନିୟା ଟ୍ୱିଟ୍ କରି ତାଙ୍କ ନିଧନ ଖବର ଦେଇଛନ୍ତି । ରାଜୀବଙ୍କ ଦେହାନ୍ତ ଖବର ଶୁଣି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଶୋକବ୍ୟକ୍ତ କରିଛନ୍ତି ।

ସଂଧ୍ୟାରେ କରିଥିଲେ ଶେଷ ଟ୍ୱିଟ୍

ତ୍ୟାଗୀ ବୁଧବାର ସଂଧ୍ୟା ୪.୩୦ ମିନିଟରେ ନିଜ ଶେଷ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସଂଧ୍ୟା ୫ଟାରେ ସେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ଆଲୋଚନାରେ ଭାଗ ନେବେ ବୋଲି ସୂଚନା ଦେଇଥିଲେ ।

ତ୍ୟାଗୀଙ୍କ ନିଧନ ଖବର ଦେଇ ପୁନିୟା କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସ ମୁଖପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ରାଜୀବ ତ୍ୟାଗୀ ଆଉ ନାହାନ୍ତି । ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ।

ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ‘‘ ବିଶ୍ୱାସ ହେଉନି ଯେ, କଂଗ୍ରେସ ମୁଖପାତ୍ର ମୋ ବନ୍ଧୁ ରାଜୀବ ତ୍ୟାଗୀ ଆମ ସହ ନାହାନ୍ତି । ଆଜି ସଂଧ୍ୟା ୫ଟା ବେଳେ ଆମେ ଉଭୟ ଏକାଠି ଡିବେଟ୍ କରିଥିଲୁ । ଜୀବନ ଅତ୍ୟନ୍ତ ଅନିଶ୍ଚିତ । ବର୍ତ୍ତମାନ ମୋତେ ଶବ୍ଦ ମିଳୁନାହିଁ ।

 

Leave a Reply