ପଡୋଶୀ ରାଜ୍ୟରେ ବଢ଼ୁଛି ସଂକ୍ରମଣ, କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ SRCଙ୍କ ନିର୍ଦ୍ଦେଶ

1 min read
Corona Guidelines

ଭୁବନେଶ୍ୱର: ରାଜ୍ୟରେ ପୁଣି କଡ଼ାକଡ଼ି ହେବ କରୋନା କଟକଣା । ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସତକର୍ତା ମୂଳକ ପଦକ୍ଷେପ ନିଆଯାଇଛି । ଏଣିକି କରୋନା ଗାଇଡ୍‌ଲାଇନ୍‌ କଡ଼ାକଡି ପାଳିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ପ୍ରଦୀପ ଜେନା ।

ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକରେ ରହିବ ତୀକ୍ଷ୍ନ ନଜର । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ତଦାରଖ କରିବେ । ସାଧାରଣ ସ୍ଥାନରେ ଗହଳି କରି ଖାଇବା ଉପରେ ଲାଗିବ ରୋକ୍ । ନିୟମ ଉଲ୍ଲଂଘନ କଲେ ସିଲ ହେବ ବ୍ୟବସାୟିକ ପ୍ରତିଷ୍ଠାନ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ । ବଜାର, ହାଟରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯିବ ।

ସେହିଭଳି ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନସ୍ଥଳିରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବ । ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନି । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏସମସ୍ତ ଗାଇଡଲାଇନ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Leave a Reply