କରୋନା ଭ୍ୟାକସିନର ଦର ନିର୍ଦ୍ଧାରିତ, ୨୦୦ ଟଙ୍କାରେ ମିଳିବ କୋଭିସିଲ୍ଡ

1 min read

ନୂଆଦିଲ୍ଲୀ: ୨୦୦ ଟଙ୍କାରେ ମିଳିବ କରୋନା ଟିକା ।  ୪ଦିନ ପରେ ଦେଶବ୍ୟାପୀ ଆରମ୍ଭ ହେବ ଟିକାକରଣ । ଏ ନେଇ ଆଜି ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ବାହାରିବ କରୋନା ଟିକା । କୋଭିସିଲ୍ଡର ପ୍ରତି ଡୋଜ୍ ମୂଲ୍ୟ ୨୦୦ ଟଙ୍କା । ପ୍ରଥମ ଦଫାରେ ୧୦ ମିଲିୟନ ଡୋଜ ବାହାରିବ । ସିରମକୁ ମିଳିଲା ପରଚେଜ ଅର୍ଡର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ ।

କୋଭିଡ୍‌ ଟିକା ପ୍ରସ୍ତୁତକାରୀ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ସହ କେନ୍ଦ୍ର ସରକାରଙ୍କ ଆଲୋଚନା କରିଛି । ଆଷ୍ଟ୍ରେଜେନିକାର କୋଭିଡ୍‌-୧୯ ଭ୍ୟାକ୍ସିନ୍ କୋଭିସିଲ୍ଡର ଦର କମ୍‌ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌ ଟିକା, ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶବାସୀଙ୍କୁ ଇମ୍ୟୁନିଟି ବଢ଼ାଇବା ସହ କରୋନା ଭ୍ୟାକ୍ସିନ ମଧ୍ୟ ଜରୁରୀ । ତେଣୁ ପ୍ରାୟ ସମସ୍ତଙ୍କୁ ଏହି ଭ୍ୟାକ୍ସିନ୍‌ ଆବଶ୍ୟକ ହୋଇପାରେ ।

ତେଣୁ ଆଷ୍ଟ୍ରେଜେନିକାର ଦର କମ୍‌ କରିବାରକୁ କେନ୍ଦ୍ର ସରକାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସହ ଆଲୋଚନା କରିଛନ୍ତି । ବରିଷ୍ଠ ଅଧିକାରୀମାନେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ସହ ଗତ କିଛି ସପ୍ତାହ ହେବ ଲଗାତର ଆଲୋଚନା କରିଥିଲେ । ସେମାନେ ଆଶା ରଖିଛନ୍ତି ପ୍ରତ୍ୟେକ ଡୋଜ୍‌ର ଦାମ୍ ୩ ଡଲାରରୁ କମ୍‌ ରହିବ । ଆର୍ଥାତ୍ ଭାରତରେ ଏହାର ଦାମ୍‌ ଦୁଇ ଶହ ତଳକୁ ରହିବ । ସୂଚନାଯୋଗ୍ୟ ଗତ ନଭେମ୍ବରରେ ଆଦାର ପୁନାଓ୍ୱାଲା କହିଥିଲେ ପ୍ରତ୍ୟେକ ଡୋଜ୍ ମୂଲ୍ୟ ୧୦୦୦ ଟଙ୍କା ରହିବ ।

ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ୧୧ ମିଲିୟନ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି । ଏହାର ପ୍ରତ୍ୟେକ ଡୋଜ୍‌ ୨୦୦ ଟଙ୍କା ରହିବ ବୋଲି କୁହାଯାଉଛି ।

Leave a Reply