୨୦୨୧ରେ ଭାରତକୁ ମିଳିବ କରୋନା ଭ୍ୟାକସିନ, କିନ୍ତୁ ୧୦୦ କୋଟି ଲୋକଙ୍କ ଟିକାକରଣ ହେବ ଚ୍ୟାଲେଂଜ୍

ନୂଆଦିଲ୍ଲୀ: କରୋନା ଭ୍ୟାକସିନ ଆସିବାରେ ଦିନକୁ ଦିନ ବିଳମ୍ବ ହେଉଥିବା ବେଳେ ଭାରତର ଜଣେ ପ୍ରସିଦ୍ଧ ବୈଜ୍ଞାନିକ କହିଛନ୍ତି କି ୨୦୨୧ରେ କରୋନା ଭ୍ୟାକସିନ ମିଳିପାରେ । ତେବେ ୧ଶହ କୋଟି ଲୋକଙ୍କୁ ଟିକା ଦେବା ଏକ ବଡ ଚ୍ୟାଲେଂଜ୍ ହେବ । ତାମିଲନାଡୁର ବିଲ୍ୱର ଖ୍ରୀଷ୍ଟିୟାନ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜିର ପ୍ରୋଫେସର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗ୍ଲୋବାଲ ଆଡଭାଇଜରୀ କମିଟି ଅନ ଭ୍ୟାକସିନ ସେଫ୍ଟିର ସଦସ୍ୟ ଗଗନଦୀପ କାଙ୍ଗ ଭ୍ୟାକ୍ସିନେସନକୁ ନେଇ ଏଭଳି ଚିନ୍ତା ପ୍ରକଟ କରିଛନ୍ତି ।  ତାଙ୍କ ଅନୁସାରେ ୧୩୦ କୋଟି ଲୋକଙ୍କୁ ଟିକା ଦେବା ଏକ ବିଷମ ସମସ୍ୟା ଭାବେ ଉଭା ହେବ ।

ପ୍ରୋଫେସର ଗଗନଦୀପ କାଙ୍ଗ ଜୁଲାଇ ୨୦୨୦ରେ ଭାରତ ସରକାରଙ୍କ ଏକ କମିଟିରେ ସାମିଲ ଥିଲେ । କମିଟିରେ ଭ୍ୟାକସିନକୁ ନେଇ ଆଲୋଚନା ହେଉଥିଲା । ଗଣମାଧ୍ୟମର ଖବର ଅନୁସାରେ ପ୍ରୋଫେସର ଗଗନଦୀପ କାଙ୍ଗ କହିଛନ୍ତି କି ପିଲା ଏବଂ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଅନ୍ୟ ମାନଙ୍କ ଭ୍ୟାକସିନେସନ ପାଇଁ ଭାରତ ନିକଟରେ ସ୍ଥାନୀୟ ସ୍ତରରେ ଭିତ୍ତିକୌଶଳ ନାହିଁ । ତେବେ କେଉଁ ଭ୍ୟାକସିନ କାମ କରୁଛି ଏବଂ କେଉଁଟି କରୁନାହିଁ ଏହାର ତଥ୍ୟ ବର୍ଷ ଶେଷକୁ ମିଳି ଯାଇଥିବ ବୋଲି କହିଛନ୍ତି ଗଗନଦୀପ । ଯଦି ଭଲ ଫଳାଫଳ ଆସେ ତେବେ ୨୦୨୧ ଅଧା ବେଳକୁ କିଛି ମାତ୍ରାରେ ଭ୍ୟାକସିନ ଉପଲବ୍ଧ ହୋଇ ଯାଇଥିବ ଏବଂ ଅନ୍ୟ ୬ ମାସରେ ବିପୁଳ ମାତ୍ରାରେ ।

ବୟସ୍କ ଏବଂ ଅଧିକ ରିସ୍କ ଶ୍ରେଣୀର ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ବ୍ୟବସ୍ଥା ନାହିଁ । ତେଣୁ ସମସ୍ତ ବୟସର ବ୍ୟକ୍ତି ବିଶେଷଙ୍କୁ ଭ୍ୟାକସିନ ଦେବା ନିହାତି ଭାବରେ ଚ୍ୟାଲେଜିଂ ହେବ ବୋଲି ପ୍ରୋଫେସର ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ପ୍ରତ୍ୟେକ ରାଜ୍ୟର କୋଭିଡ ପରୀକ୍ଷଣ ପ୍ରାୟ ସମାନ ପ୍ରକାରର ରହୁନାହିଁ । ଆଣ୍ଟିଜେନ ଏବଂ ଆର.ଟି.ପି.ସି.ଆର ଅଦଳବଦଳ କରି ଲୋକଙ୍କୁ ପରୀକ୍ଷା କରାଯାଉଛି । ତେଣୁ ସମସ୍ତ ରାଜ୍ୟର ଏହି ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଜରୁରୀ ବୋଲି ସେ କହିଛନ୍ତି ।

Leave a Reply