କରୋନା ପରେ ଏବେ ୨୦୦ ବର୍ଷ ପୁରୁଣା ରୋଗ ଚିନ୍ତା ବଢ଼ାଇଲାଣି

ଭୋପାଲ: ଦେଶରେ କରୋନାର ପ୍ରକୋପ ଥମି ନଥିବା ବେଳେ ଏବେ ୨୦୦ ବର୍ଷର ପୁରୁଣା ରୋଗ ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଧ୍ୟପ୍ରଦେଶର ପାନ୍ନାରେ ପ୍ରାୟ ୨୦୦ ବର୍ଷ ପୁରୁଣା ସ୍କ୍ରବ୍ ଟାଇଫସ୍ ପୁନର୍ବାର ଲୋକଙ୍କ ମଧ୍ୟରେ ବ୍ୟାପୁଥିବା ଦେଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପନ୍ନାର ଚାରି ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି । ଯେଉଁଥିରେ ୨ ଜଣ ନିରୀହ ପିଲାଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଏହି ରୋଗ ମୂଷା ଓ ଚୁଚୁନ୍ଦ୍ରାରୁ ବ୍ୟାପିଥାଏ ।

ଭୋପାଲରୁ ଷ୍ଟେଟ୍‌ ଇଣ୍ଟ୍ରୋଲଜିଷ୍ଟ ଟିମ୍‌ ପନ୍ନାରେ ପହଞ୍ଚିଛନ୍ତି । ଯେଉଁଠି ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଟିମ୍‌ରେ ସେଠାରେ ପହଞ୍ଚି ମୂଷାଙ୍କୁ ଧରିଛି ଏବଂ ସେମାନଙ୍କ ନମୁନା ସଂଗ୍ରହ କରିଛି । ଯାହାକୁ ପରୀକ୍ଷା ପାଇଁ ଭୋପାଲ ପଠାଯାଇଛି । ପନ୍ନାରେ ଏବେ ଲୋକେ ମୂଷାଙ୍କୁ ଦେଖି ଭୟ କରିବା ଆରମ୍ଭ କଲେଣି ।

ଏହି ରୋଗର ଲକ୍ଷଣ ହେଉଛି, ରୋଗୀକୁ ଭୀଷଣ ଜ୍ୱର ହୋଇଥାଏ । ଏହାସହ ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, କାଶ, ଗୋଡ଼ହାତ ବିନ୍ଧା ଏବଂ ବାନ୍ତି ହେଉଛି ଅନ୍ୟ ଏକ ଲକ୍ଷଣ । ଡାକ୍ତରଙ୍କ କହିବାନୁସାରେ, ଏହି ରୋଗଠାରୁ ଦୂରେଇ ରହିବା ପାଇଁ କ୍ଷେତରେ କାମ କରିବା ସମୟରେ, ହାତ ଓ ପାଦକୁ ଘୋଡ଼ାଇ ରଖିବାକୁ ପଡ଼ିବ ଏବଂ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ ।

ଷ୍ଟେଟ୍ ସ୍କ୍ରବ୍ ଟାଇଫସ୍ ପ୍ରଭାରୀ ସେଲେନ୍ଦ୍ର ସିଂହ କହିଛନ୍ତି ଯେ, ଏହା ଏକ ଜେନେଟିକ୍ ରୋଗ ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ । ମୂଷା କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ପାନ୍ନାରେ ଏବେ ସୁଦ୍ଧା ଦୁଇଟି ମାମଲା ଦେଖିବାକୁ ମିଳିଛି ଯେଉଁମାନଙ୍କର ମୃତ୍ୟୁ ହୋଇଛି । ଏହା ପରେ ମୂଷା ଏବଂ ସ୍ଥାନୀୟ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ପରେ ଜଣାପଡ଼ିବ ଏହି ରୋଗ କେଉଁଠୁ ଆସିଛି ।

ସିଏମ୍‌ଏଚ୍‌ଓ ପନ୍ନା ଡକ୍ଟର ଏଲ.କେ ତିୱାରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ଏଭଳି ମାମଲା ସାମ୍ନାକୁ ଆସିଛି । ପନ୍ନା, ସତ୍‌ନା, ଦମୋହ, ଡିଣ୍ଡୋରୀ ଏବଂ ମଣ୍ଡଲା ଭଳି ପ୍ରାୟ ୧୦ ରୁ ୧୧ ଜିଲ୍ଲାରେ ଏହି ରୋଗ ଦେଖାଯାଇଛି । ଏହି ରୋଗ ମୂଷାଙ୍କ ଦେହରେ ଥିବା ଜୀବାଣୁରୁ ବ୍ୟାପିଥାଏ । ଯାହାକୁ ଓରିଏଣ୍ଟା ସୁସୁ ଗେମୌସୀ ବୋଲି ନାମିତ କରାଯାଇଛି ।

Leave a Reply