ଆମେରିକା ରାଷ୍ଟ୍ରପତିଙ୍କ ଦାବି, ଖୁବ୍ ଶୀଘ୍ର ଆସିବ କରୋନା ଭ୍ୟାକ୍ସିନ୍ – Astrazeneca, ଜାଣନ୍ତୁ ପୁରା ଘଟଣା…….

1 min read

ନୂଆଦିଲ୍ଲୀ : ଭ୍ୟାକ୍ସିନ୍ ହାସଲ କରିବାର ନିକଟତର ହୋଇଛି ଆମେରିକା । ଏବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ଉପରେ ପ୍ରୟୋଗ କରାଯାଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । Astrazeneca ନାମକ ଏହି ଭ୍ୟାକ୍ସିନ୍ ଖୁବ୍ ଶୀଘ୍ର କରୋନା ପ୍ରତିଶେଧକ ଭାବେ ବ୍ୟବହାର ହେବ ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଏହା ଅତ୍ୟନ୍ତ ଖୁସିର ଖବର  Astrazeneca ୩ୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି । ଭ୍ୟାକ୍ସିନ୍ ଦୌଡରେ ଆଗରେ ଥିବା ଭ୍ୟାକ୍ସିନ୍ ମଧ୍ୟରେ ଏହି ଆମେରିକୀୟ ଭ୍ୟାକ୍ସିନ ରହିଛ ବୋଲି ସେ ଦାବି କରିଛନ୍ତି । ଅନ୍ୟ ଦୁଇ Moderna Inc ଓ Pfizer Inc ଭ୍ୟାକ୍ସିନ୍ ମଧ୍ୟ ଖୁବ୍ ଶୀଘ୍ର କରୋନାର ପ୍ରତିକାର ଭାବେ ଉଭା ହୋଇପାରେ  । ତେବେ ଏନେଇ ଆମେରିକାର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । କହିଛନ୍ତି ଯେ, ଆମେରିକା ଅତ୍ୟନ୍ତ ଦ୍ରୁତ ଗତିରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିବା ନେଇ ପ୍ରୟାସ କରିଛି, ଯାହା ନିହାତି ପକ୍ଷେ ଅବିଶ୍ୱସନୀୟ ।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ଦେଶ ନିଜ ନିଜ ଶ୍ରେଷ୍ଠ ପ୍ରୟାସ କରୁଛନ୍ତି । ଋଷ୍ ଭଳି ଦେଶ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ନେଇ ଦାବି କରିସାରିଥିବା ବେଳେ ଅନ୍ୟ ଦେଶମାନେ ଏଯାବତ୍ ସନ୍ଧାନରେ ଲାଗିଛନ୍ତି । ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକୀୟ ରାଷ୍ଟ୍ରପତିଙ୍କର ଭ୍ୟାକ୍ସିନ ବିକଶିତ କରିବା ନେଇ ସକରାତ୍ମକ ମନ୍ତବ୍ୟ ସାରା ବିଶ୍ୱ ପାଇଁ ଏକ ଆଶ୍ୱାସନର ପ୍ରସଙ୍ଗ ହୋଇପାରେ ।

Leave a Reply