କରୋନା କାଳରେ ଅନ୍ତର୍ଜାତୀୟ ଉଡ଼ାଣ, ମାନିବାକୁ ପଡ଼ିବ ଏହି ସବୁ ନିୟମ

1 min read
Testing Allowed at Entry Airport on Pilot Basis

ନୂଆଦିଲ୍ଲୀ: ଖୁବଶୀଘ୍ର ପୁଣିଥରେ ଭାରତରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ ଲକଡାଉନ୍ ଲାଗୁ ପରେ ମାର୍ଚ୍ଚ ଶେଷ ସପ୍ତାହରୁ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି । ଏବେ ପ୍ରାଥମିକ ପର୍ଯ୍ୟାୟରେ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିଛି । ତେବେ, ଆପଣ ଯଦି କରୋନା କାଳରେ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ଜାଣିନିଅନ୍ତୁ କଣ କରିବେ । ରାଜ୍ୟସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

COVID-19 Test for International Passengers

ଅନ୍ତର୍ଜାତୀୟ ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ କରୋନା ଟେଷ୍ଟ (RT-PCR) କରାଯିବ । ଏହି ଟେଷ୍ଟ ବିମାନବନ୍ଦରରେ ଏଣ୍ଟ୍ରି ପଏଣ୍ଟରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହେବ ।

COVID-19 Test for International Passengers

୧) ବିମାନବନ୍ଦର କର୍ତ୍ତୃପକ୍ଷ (RT-PCR)  ଟେଷ୍ଟ ବ୍ୟବସ୍ଥା ପାଇଁ ୱେଟିଂ ଲାଉଞ୍ଜରେ କରିବେ ।

୨) ଏହି ଅଞ୍ଚଳ ଅପରେସନାଲ ଏରିଆଠାରୁ ଦୂରରେ ଥିବା । ସାନିଟାଇଜେସନ୍ ଓ ସାମାଜିକ ଦୂରତା ନିୟମକୁ ମାନିବାକୁ ପଡ଼ିବ । ଯାତ୍ରୀମାନଙ୍କୁ ୱାଇଫାଇ, ଖାଦ୍ୟ ସହ ୱାସରୁମ୍ ସୁବିଧା ସେଠାରେ ମିଳିବ । ଏଥିସହ ଟେଷ୍ଟିଂ ଅନ୍ୟ ସାମଗ୍ରୀ ପାଇଁ ଯାତ୍ରୀ କ୍ୟାସଲେସ୍ ପେମେଣ୍ଟ ପାଇଁ ବ୍ୟବସ୍ଥା କରାଯିବ ।

୩) ଟେଷ୍ଟିଂ ରିପୋର୍ଟ ଆସିଲା ଯାଏଁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଆଇସୋଲେସନ୍ ଫ୍ୟାସିଲିଟି ଦେବେ ।

୪) ICMR ନିୟମ ଅନୁସାରେ କୋଭିଡ୍ ନମୁନା ସଂଗ୍ରହ କରାଯିବ ।

୫) ପରୀକ୍ଷଣ ପାଇଁ ଯାତ୍ରୀ ଅନଲାଇନ୍ ବୁକିଂ କରିପାରିବେ । ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ ।

୬) ଟେଷ୍ଟିଂ ରେଜଲ୍ଟ ଆସିବା ଯାଏଁ ଯାତ୍ରୀଙ୍କ ପାସପୋର୍ଟ ସ୍ଥାନୀୟ ପ୍ରଶାସନ ପାଖରେ ରହିବ ।

୭) ରିପୋର୍ଟ ନେଗେଟିଭ୍ ଆସିଲେ ଯାତ୍ରୀ ପରବର୍ତ୍ତୀ ବିମାନରେ ଯାତ୍ରା କରିପାରିବେ । ରିପୋର୍ଟ ପଜିଟିଭ୍ ଆସିଲେ ସ୍ଥାନୀୟ ପ୍ରଶାସନ ICMR ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ନେବ ।

୮) ବିନା ଅନୁମତିରେ କୌଣସି ଯାତ୍ରୀ ଲାଉଞ୍ଜ ବାହାରକୁ ଯାଇପାରିବେ ନାହିଁ ।

Leave a Reply