ଏଥର ଶିଶୁଙ୍କ ଠାରେ ହେବ କୋଭିଡ ଭ୍ୟାକ୍ସିନ ପରୀକ୍ଷା

 ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । କରୋନାକୁ ମାତ ଦେବାକୁ ଦେଶ ସାରା ଆରମ୍ଭ ହୋଇଯାଇଛି ଟିକାକରଣ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ପରେ ସାଧାରଣ ଲୋକଙ୍କୁ ଟିକା ଦେବାକୁ ସ୍ଥିର କରାଯାଇଛି । ସେହିଭଳି ଶିଶୁ ସଂକ୍ରମଣର ଭୟ ଥିବାରୁ ସେମାନଙ୍କ ପାଇଁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଶିଶୁଙ୍କ ପାଇଁ କରୋନା ଟିକା ଆସିବା ନେଇ ସୂଚନା ମିଳିଛି ।

ଏଥର ଶିଶୁଙ୍କ ଠାରେ ହେବ କୋଭିଡ ଭ୍ୟାକ୍ସିନ ପରୀକ୍ଷା । ରାଜ୍ୟ ତଥା ଦେଶରେ ଏବେ ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ଶିଶୁଙ୍କ ପାଇଁ ଆସିଛି ଭଲ ଖବର । ପ୍ରାଥମିକ ସ୍କୁଲ ପିଲାଙ୍କୁ ସ୍କୁଲ କିପରି ଛାଡିବେ ଅଭିଭାବକ ସେନେଇ ଆଉ ରହିବନି ଟେନସନ । ଖୁବଶୀଘ୍ର ଭାରତ ବାୟୋଟିକ ଶିଶୁଙ୍କ ପାଇଁ ଆଣିବ କୋଭିଡ ୧୯ ଭ୍ୟାକ୍ସିନ କୋଭାକ୍ସିନ  । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ଟିକା । ଏହି ଟିକା ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଆସିପାରେ । ନାଗପୁରରେ ଏହାର ପ୍ରଥମ ଟ୍ରାଏଲ ହୋଇପାରେ ବୋଲି ସୂଚନା ମିଳିଛି । ମେ ବେଳକୁ ୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକା ତୟାର ହୋଇଯିବ ବୋଲି ଗତ ଜାନୁଆରୀ ମାସରେ ଭାରତ ବାୟୋଟେକ ଏମଡି ସୂଚନା ଦେଇଥିଲେ ।

Leave a Reply